LinkedInରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଇନଷ୍ଟାଗ୍ରାମକୁ ଦେବ ଟକ୍କର

ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମ ସର୍ଟ ଭିଡିଓ ପାଇଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା କିନ୍ତୁ ଖୁବ୍‌ ଶୀଘ୍ର ଏହା କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହି ବିଷୟରେ ଏକ ସ୍ପେଶାଲ ପ୍ଲାନିଙ୍ଗ ପ୍ରସ୍ତୁତ କରୁଛନ୍ତି ।

ଭାରତରେ ଟିକ୍ ଟକ୍ ବ୍ୟାନ୍‌ ହେବା ପରେ ଇନଷ୍ଟାଗ୍ରାମର ବ୍ୟବହାର ବହୁତ ପରିମାଣରେ ବୃଦ୍ଧି ପାଇଛି । ସର୍ଟ ଭିଡିଓ ତିଆରି ପାଇଁ ଯୁବପିଢୀମାନଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ବହୁତ ଲୋକପ୍ରିୟ । ଏହା କେବଳ ଭିଡିଓ ସେୟାରିଂ ପାଇଁ ନୁହେଁ ବରଂ ଫଟୋ ସେୟାରିଂ ପାଇଁ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମ ସର୍ଟ ଭିଡିଓ ପାଇଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା କିନ୍ତୁ ଖୁବ୍‌ ଶୀଘ୍ର ଏହା କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛି ।

ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହି ବିଷୟରେ ଏକ ସ୍ପେଶାଲ ପ୍ଲାନିଙ୍ଗ ପ୍ରସ୍ତୁତ କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ମାଇକ୍ରୋସଫ୍ଟ ମାଲିକାନା କମ୍ପାନୀ LinkdIn ବର୍ତ୍ତମାନ ଏକ ନୂଆ ଫିଚର ଉପରେ କାମ କରୁଛି । ଆଜିକାଲି କମ୍ପାନୀ ଏହାର ପ୍ଲାଟଫର୍ମରେ ଭିଡିଓ ଫିଡ୍ ଫିଚର ପ୍ରସ୍ତୁତ କରୁଛି । LinkdInର ନୂଆ ଫିଚରରେ, ଆପଣ ଟିକ୍ ଟକ୍ କିମ୍ବା ଇନଷ୍ଟାଗ୍ରାମ ପରି ସର୍ଟ ଭିଡିଓ ଦେଖିବାର ସୁବିଧା ପାଇବେ । ରିପୋର୍ଟ ଅନୁଯାୟୀ, LinkdInର ସର୍ଟ ଭିଡିଓ ଫିଡରେ ଅନେକ ବିଶେଷ ଫିଚର୍ସ ମଧ୍ୟ ପ୍ରଦାନ କରାଯିବ ।

LinkdInର ସର୍ଟ ଭିଡିଓ ଫିଡ୍ ଫିଚର ଅନ୍ୟ ଆପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ନୂଆ ଫିଚରରେ ଆପଣ କ୍ୟାରିୟର ଏବଂ ପ୍ରଫେସନାଲ ବିଷୟ ମଧ୍ୟ ଯୋଡିବାକୁ ସକ୍ଷମ ହେବେ । କମ୍ପାନୀର ତଥ୍ୟ ଅନୁଯାୟୀ, ନୂଆ ଭିଡିଓ ଫିଡ୍ ଫିଚର ୟୁଜର୍ସଙ୍କ ପାଇଁ ଚାକିରି ଖୋଜିବା ସହଜ କରିବ । ବର୍ତ୍ତମାନ ଏହି ଫିଚର ଅଣ୍ଡର ଡେଭଲପମେଣ୍ଟରେ ଅଛି ଏବଂ ଏହାର ଲଞ୍ଚ ବିଷୟରେ କମ୍ପାନୀ ଦ୍ୱାରା କୌଣସି ସୂଚନା ଦିଆଯାଇ ନାହିଁ ।

ବର୍ତ୍ତମାନ, ଏହା ଜଣା ନାହିଁ ଯେ ୟୁଜର୍ସମାନେ କେବଳ LinkdInର ଭିଡିଓ ଫିଡରେ ଭିଡିଓ ଦେଖିପାରିବେ କିମ୍ବା ସେମାନଙ୍କୁ ଭିଡିଓ ତିଆରି କରିବାର ଅପ୍ସନ ମଧ୍ୟ ଦିଆଯିବ । ଯଦି କମ୍ପାନୀ ଭିଡିଓ ତିଆରି କରିବାର ଅପ୍ସନ ପ୍ରଦାନ କରେ, ତେବେ କେଉଁ ପ୍ରକାରର ଭିଡିଓ ସୃଷ୍ଟି କରାଯାଇପାରିବ ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.