ଘର ଭିତରୁ ମାଆ ଓ ପୁଅର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ମା’ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ଶୋଇଥିବା ଅବସ୍ଥାରେ ମାଆ ଓ ୬ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଛି ।
ବ୍ରହ୍ମପୁର (କେନ୍ୟୁଜ) : ମା’ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ଶୋଇଥିବା ଅବସ୍ଥାରେ ମାଆ ଓ ୬ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ । ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନଥିଲେ । ଏନେଇ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।