ନାନପୁର ଗ୍ରାମୀଣ ମହୋତ୍ସବ: ଦେଖିବାକୁ ମିଳିଥିଲା ଗ୍ରାମୀଣ କଳା ଓ ସଂସ୍କୃତିର ଝଲକ

ଓଡିଶାର ଗାଁ ମାଟିରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାର ବିବିଧ ପରିଚୟ ରହିଛି । ଏହି ବିରଳ ଏବଂ ଲୁପ୍ତ ପ୍ରାୟ କଳା ସଂସ୍କୃତି ପରମ୍ପରା ପୁନରୁଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହି କଳାତ୍ମକ ପରିଚୟ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ନାନପୁର ଠାରେ ଅନୁଷ୍ଠିତ ନାନପୁର ଗ୍ରାମୀଣ ମହୋତ୍ସବ ଅବସରରେ ଏହି ମତପ୍ରକାଶ ପାଇଛି ।

ଓଡିଶାର ଗାଁ ମାଟିରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାର ବିବିଧ ପରିଚୟ ରହିଛି । ଏହି ବିରଳ ଏବଂ ଲୁପ୍ତ ପ୍ରାୟ କଳା ସଂସ୍କୃତି ପରମ୍ପରା ପୁନରୁଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହି କଳାତ୍ମକ ପରିଚୟ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ନାନପୁର ଠାରେ ଅନୁଷ୍ଠିତ ନାନପୁର ଗ୍ରାମୀଣ ମହୋତ୍ସବ ଅବସରରେ ଏହି ମତପ୍ରକାଶ ପାଇଛି । ଏହି ମହୋତ୍ସବରେ ଦେଖିବାକୁ ମିଳିଥିଲା ଗ୍ରାମୀଣ କଳା ସଂସ୍କୃତିର ଝଲକ ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ନାନପୁର ଗ୍ରାମର ବିରୂପା ନଈ କୂଳରେ ଅନୁଷ୍ଠିତ ହୋଇଯାଇଛି ନାନପୁର ଗ୍ରାମୀଣ ମହୋତ୍ସବ । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ତଥା ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ଲଣ୍ଡନରେ ୬୦ବର୍ଷରୁ ଅଧିକ ସମୟ ଧରି ରହୁଥିବା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ତଥା ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ପ୍ରତ୍ୟେକ ବର୍ଷ ଏହି ସମୟରେ ଓଡିଶା ଆସି ଏକ ପ୍ରାକୃତିକ ପରିବେଶ ମଧ୍ୟରେ ନିଜ ଗାଁରେ ଆରମ୍ଭ କରିଥାନ୍ତି ଏହି ମହୋତ୍ସବ ।

ଚଳିତବର୍ଷ ମହୋତ୍ସବର ଥିମ ‘ପବିତ୍ର ବନ୍ଧୁତ୍ୱର ନିଦର୍ଶନ’ ରହିଥିବା ବେଳେ ଶ୍ରୀ୍ଯୁକ୍ତ ମହାନ୍ତି ନିଜ ଦୁଇ ବନ୍ଧୁଙ୍କ ସ୍ମୃତିରେ ଏହି ଉତ୍ସବକୁ ସମର୍ପିତ କରିଥିଲେ । ରବିବାର ଦିନବ୍ୟାପୀ ନାନପୁର ଗ୍ରାମର ବିରୂପା ନଦୀ କୂଳରେ ଡେରିକ ପ୍ରଫୁଲ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ମହୋତ୍ସବ । ଅତିଥି ଭାବେ ସାମାଜିକ କର୍ମୀ ଗାୟତ୍ରୀ ଦାସ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ପ୍ରଫେସର ଯତୀନ ନାୟକ, ବୈଷ୍ଣବ ଚରଣ ମହାନ୍ତି, ରବି ରଥ ଆଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗାଁ ହେଉଛି ମୋର ଆତ୍ମା । ବିଶ୍ୱର ଯେଉଁ କୋଣରେ ବି ରହିଲେ ଗାଁକୁ ଭୁଲିହେବ ନାହିଁ ବୋଲି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି କହିଥିଲେ ।

ଏହି ଅବସରରେ ପୁଣ୍ୟ ତଟିନୀ ବିରୂପା ନଦୀ କୂଳରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ସୁଶାନ୍ତ କୁମାର ବଳଙ୍କ ସଂଯୋଜନାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ମାନେ ସ୍ୱରଚିତ କବିତା ଆବୃତି କରିଥିଲେ । ଏଥିସହ ଗ୍ରାମାଞ୍ଚଳର ମହିଳା ବାଳିକାଙ୍କ ଦ୍ୱାରା ଚିତ୍ରକଳା, ଝୋଟି, ସଂଗୀତ ଓ ନୃତ୍ୟ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ପ୍ରାରମ୍ଭରେ ଗାଁରେ ପ୍ରତିଷ୍ଠା ହୋଇଥିବା ବ୍ରିଟିଶ ନାଗରିକ ତଥା ଆନ୍ତର୍ଜାତିକ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କ ବନ୍ଧୁ ସ୍ୱର୍ଗତ ଡେରିକ ମୋରଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ବିରୂପା ନଈକୂଳରେ ଅନୁଷ୍ଠିତ ଏହି ମହୋତ୍ସବରେ ଅଭିନବ କାର୍ଯ୍ୟକ୍ରମ ସହ ଗ୍ରାମୀଣ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.