ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ । ମୃତଦେହ ନିକଟରେ ରହିଥିଲା ଅଗ୍ନିଶମ ବିଭାଗର ଗାଡ଼ି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲ ନିକଟ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଛି । ମୃତ କର୍ମଚାରୀ ଜଣକ ଆସିକା ଅଗ୍ନିଶମ ବିଭାଗର କାର୍ଯ୍ୟରତ କର୍ମଚାରୀ ଦୟାନିଧି ମହନ୍ତ ବୋଲି ଜଣାପଡିଛି ।

 

ଏପରିକି ନିଜ କାର୍ଯ୍ୟରତ ପୋଷାକ ମଧ୍ୟ ପରିଧାନ କରିଥିଲେ । ଘଟଣା ସ୍ଥଳରୁ ତାଙ୍କର ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ତେବେ ପ୍ରାଥମିକ ଅନୁସନ୍ଧାନ ପ୍ରକାରେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଛି । ତଥାପି ଘଟଣା ପଛରେ ରହିଥିବା କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆସିକା ଥାନା ଅଞ୍ଚଳରୁ ୨୫ କିଲୋମିଟର ଦୂରରେ ଥିବା ଗାଙ୍ଗପୁରର ଥାନା ଅଞ୍ଚଳରେ ଜଣେ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ମୃତଦେହ ଗଛରେ ଝୁଲିଲା କେମିତି । ଯଦି ଏତେଦୂର ଆସି ଆତ୍ମହତ୍ୟା କରିଥାନ୍ତି ଏହାପଛରେ କାରଣ କ’ଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.