Below header

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀରେ ଅଭେଦ୍ୟ ସୁରକ୍ଷା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । କାଲି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀ ଛାଡି ଜନ୍ମବେଦୀ ଯିବେ ଶ୍ରୀଜିଉ । ଏଥିପାଇଁ ପୁରୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ପୁରୀ : ପୁରୀରେ ଅଭେଦ୍ୟ ସୁରକ୍ଷା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । କାଲି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀ ଛାଡି ଜନ୍ମବେଦୀ ଯିବେ ଶ୍ରୀଜିଉ । ଏଥିପାଇଁ ପୁରୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ଏସବୁ ଭିତରେ ଆଜି ସରିଛି ତିନି ରଥର ଦକ୍ଷିଣ ମୋଡ । ତିନି ରଥକୁ କର୍ଡନ କରି ରଖାଯାଇଛି । ଆସନ୍ତାକାଲି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥର ରଥଯାତ୍ରାରେ ୧୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ତୀକ୍ଷ୍‌ଣ ନଜର ରଖାଯିବ ।

ଓ୍ଵାଚ୍‌ ଟାଓ୍ଵାରରୁ କଡ଼ା ନଜର ରଖିବେ ସୁରକ୍ଷା ବାହିନୀ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଲଗାଯାଇଛି ସିସିଟିଭି । ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ ହେବେ । ଭିଡ ଉପରେ ନଜର ରଖିବ ଡ୍ରୋନ । ତଟ ସୁରକ୍ଷାରେ ହେଲିକପ୍ଟର ନିୟୋଜିତ ହେବ ।

ସେପଟେ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଫାଷ୍ଟ ପାଟ୍ରୋଲିଂ ଭେଇକିଲ କାର୍ଯ୍ୟ କରିବ । ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି । ଯାହା ଆଜି ଧ୍ୟରାତ୍ରିରୁ ଲାଗୁ ହୋଇ ୨୧ ତାରିଖ ଯାଏଁ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.