Below header

ଆଜି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ, BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ସମ୍ବଲପୁର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଚିଣ୍ଡା ଗସ୍ତ । ସମ୍ବଲପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଭିଡ ଯୋଗୁ ମାତ୍ର ୨୫୦ ଜଣ ହିତାଧିକାରୀଙ୍କୁ bsky ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏଥିସହ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । କୁଚିଣ୍ଡା ମୁକୁନ୍ଦି ଖେଳପଡିଆରେ ବିଜୁ ସ୍ୱାସ୍ଥ୍ୟକାର୍ଡର ଉଦଘାଟନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସଭାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

ଏ ଅବସରରେ ସମ୍ବଲପୁର ଧନକଉଡା ବ୍ଲକର ବହୁ ପ୍ରତିକ୍ଷତ କୁଦଗୁଣ୍ଡଦେଇପୁର ବ୍ରିଜର ଉଦଘାଟନ ହେବା ସହ ଗୋସଲାରେ ସୈନିକ ସ୍କୁଲ କୋଠା ଓ ବୁର୍ଲାାରେ ପାରା ମେଡିକାଲ ହଷ୍ଟେଲର କୋଠାଘର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ କୁଚିଣ୍ଡା, ଜମନକିରା, ବାମରା ଓ ସମ୍ବଲପୁର ଅଞ୍ଚଳରେ ପ୍ରାୟ ୭ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.