ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ, ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ

ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ । ୭ଟି ସହରରେ ତାପମାତ୍ରା ୩୬ ଡିଗ୍ରି ଟପିଯାଇଛି । ଲଗାତାର ଦ୍ଵିତୀୟ ଦିନ ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି ।

ଭୁବନେଶ୍ୱର(କେନ୍ୟୁଜ) : ବଢିଲାଣି ଖରା।  ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ । ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ । ୭ଟି ସହରରେ ତାପମାତ୍ରା ୩୬ ଡିଗ୍ରି ଟପିଯାଇଛି । ଲଗାତାର ଦ୍ଵିତୀୟ ଦିନ ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି ।

ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିଛି । ମାତ୍ର ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରି ଅଧିକ ରହିଛି । ୪ରୁ ୫ଦିନ ଯାଏ ଏଭଳି ଅବସ୍ଥା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ସେପଟେ ସୁବର୍ଣ୍ଣପୁର ଠାରୁ ଆରମ୍ଭ କରି ଗଜପତି, ସବୁଠି ଏବେଠୁ ଖରାରେ ଆଉଟୁପାଉଟୁ ହେଲେଣି ଲୋକେ । ଗତକାଲି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.