ଗାଁ ଦାଣ୍ଡରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପୂର୍ବଶତ୍ରୁତାରୁ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

ସାହି ମଝିରେ ପିଟି ପିଟି ହତ୍ୟା । ପ୍ରଥମେ କୌଣସି କଥାକୁ ନେଇ ଯୁକ୍ତିତର୍କ । ତା ପରେ ସଂଘବଦ୍ଧ ଆକ୍ରମଣରେ ହତ୍ୟା । ବୋଲଗଡ ମାଣିବନ୍ଧ ପଞ୍ଚାୟତ ବଡନୟାପଲ୍ଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ।

ବେଗୁନିଆ (କେନ୍ୟୁଜ): ସାହି ମଝିରେ ପିଟି ପିଟି ହତ୍ୟା । ପ୍ରଥମେ କୌଣସି କଥାକୁ ନେଇ ଯୁକ୍ତିତର୍କ । ତା ପରେ ସଂଘବଦ୍ଧ ଆକ୍ରମଣରେ ହତ୍ୟା । ବୋଲଗଡ ମାଣିବନ୍ଧ ପଞ୍ଚାୟତ ବଡନୟାପଲ୍ଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ।

ବଡନୟାପଲ୍ଲୀ ଗାଁର ଶିବ ନାୟକ ପ୍ରତିଦିନ ପରି ଗତକାଲି କବାଡିଆ ବେପାର କରି ରାତିରେ ଗାଁକୁ ଫେରୁଥିଲେ । ତେବେ ଗାଁ ମୁଣ୍ଡରେ ସେହି ଗାଁର ଜଣେ ବ୍ୟକ୍ତିଙ୍କ ସହିତ ସାମାନ୍ଯ ବଚସା ହୋଇଥିଲା । ଯୁକ୍ତିତର୍କ ପରେ କିଛି ଲୋକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ସାହି ମଝିରେ ପିଟିପିଟି ହତ୍ୟା କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି । ଗତକାଲି ଠାରୁ ସାହି ମଝିରେ ଶିବ ନାୟକଙ୍କ ମୃତଦେହ ପଡ଼ି ରହିଥିଲା । ଆଜି ସକାଳୁ ପରିବାର ଲୋକ ବେଗୁନିଆ ଥାନାରେ ଅଭିଯୋଗ କରିବା ପୋଲିସ୍ ଯୁବକଙ୍କ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.