ନଦୀ କୂଳରେ ଲାଖିଥିଲା ମୁଣ୍ଡ ବିହୀନ ମହିଳାଙ୍କ ଶବ, ପରିଚୟ ଜଣାପଡିବା ପରେ ହତ୍ୟା ସନ୍ଦେହ କରୁଛି ପୋଲିସ

କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁର ନିକଟ କେନ୍ଦୂଘାଟି ମଲଦା ନଦୀ କୂଳରୁ ଜଣେ ବିବାହିତ ମହିଳାଙ୍କ ମୁଣ୍ଡ ବିହୀନ ଶବ କୁ ଉଦ୍ଧାର କରିଛି ପୋଲିସ। ମୃତକ ମହିଳା ଜଣଙ୍କ ବାରିଆ ଥାନା ପୋଡ଼ାସିମିଳା ଗ୍ରାମର ସୁରେଶ ପରିଡା ଙ୍କ ଦ୍ଵିତୀୟ ସ୍ତ୍ରୀ ସୁନୀତା ଘଣା ବୋଲି ଜଣାପଡ଼ିଛି।

ନଦୀ କୂଳରୁ ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ ଶବ। ଶବକୁ ଦେଖିବାପାଇଁ କୂଳରେ ଲାଗିଛି ଲୋକଙ୍କ ଅନେକ ଭିଡ଼ । ଏ ଶବକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କାହାର ଏ ଶବ ? କିଏ ଏ ମହିଳା ? ଏଠାକୁ କେମିତି ଆସିଲା ? କିଏ ମାରିଦେଇଛି ନା ୟେ ନିଜେ କିଛି ଦୁର୍ଘଟଣାର ଶିକାର ହୋଇଛନ୍ତି ? ଏମିତି କେତେ କଣ ପ୍ରଶ୍ନ ଆସୁଛି ମନରେ .. କିନ୍ତୁ ଉତ୍ତର ଦେବା ପାଇଁ ପାଖରେ କେହି ନାହାନ୍ତି .. ସେପଟେ ଗଣେଶ ପୂଜା ମାହୋଲ ଥିବାବେଳେ ଏପଟେ ଏଭଳି କିଛି ଖବର ସାମ୍ନା କୁ ଆସୁଛି ଯାହାକୁ ଦେଖି ମନ କଷ୍ଟ ହେଉଛି । କେଉଁଠି ଭସାଣିରେ ପିଲାଙ୍କ ଜୀବନ ଚାଲିଯାଉଛି ତା ଆଉ କେଉଁଠି ଅଜଣା ମୃତ ଦେହ ମିଳୁଛି ।

କିନ୍ତୁ ନଦୀ କୁଳର ଏ ଭୟାନକ ଦୃଶ୍ୟ ଏବେ ସମସ୍ତଂକୁ ବ୍ୟଥିତ କରିଦେଇଛି । କିଏ ସେ ଅମଣିଷ ଯିଏ ଏତେ ନୃଶଂସତା ର ସହ ମହିଳଙ୍କ ମୁଣ୍ଡ କାଟିଦେଇଛି,ଆଉ ତାଙ୍କୁ ଏଭଳି ସ୍ଥାନରେ ଫୋପାଡ଼ି ଦେଇଛି । ଏହାକୁ ନେଇ ଏବେ ପ୍ରଶ୍ନ । ଏ ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇବା ସହ ସବୁଠି ଏବେ ଏହାର ଚର୍ଚା ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁର ନିକଟ କେନ୍ଦୂଘାଟି ମଲଦା ନଦୀ କୂଳରୁ ଜଣେ ବିବାହିତ ମହିଳାଙ୍କ ମୁଣ୍ଡ ବିହୀନ ଶବ କୁ ଉଦ୍ଧାର କରିଛି ପୋଲିସ। ମୃତକ ମହିଳା ଜଣଙ୍କ ବାରିଆ ଥାନା ପୋଡ଼ାସିମିଳା ଗ୍ରାମର ସୁରେଶ ପରିଡା ଙ୍କ ଦ୍ଵିତୀୟ ସ୍ତ୍ରୀ ସୁନୀତା ଘଣା (୨୭) ବୋଲି ଜଣାପଡ଼ିଛି। ଉଭୟେ କେନ୍ଦୁଝର ସହରର କାଶିପୁର ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଗତ ୩ ତାରିଖ ଠାରୁ ନିଖୋଜ ଥିବା ଜଣାପଡିଥିଲା । ସ୍ୱାମୀ ସୁରେଶ ସୁନିତା ଙ୍କୁ ପ୍ରେମ ବିବାହ କରି ୫ ବର୍ଷ ହେବ ଏକାଠି ରହୁଥିବାର କହିଥିଲେ ।

ସୁଚନା ଅନୁସାରେ ଗତ ୧୭ ତାରିଖ ଦିନ ବାମେବାରି ଥାନା ବସନ୍ତପୁର ନିକଟସ୍ଥ କେନ୍ଦୁଘାଟି ମଲଦା ନଦି କୂଳ ରେ ଏକ ମହିଳାଙ୍କ ମୁଣ୍ଡ ବିହୀନ ଶବ ଲାଖି ରହିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ମହିଳା ଜଣଙ୍କ ଏକ ଟ୍ରାକ ସୁଟ ପିନ୍ଧି ଥିବା ବେଳେ ହାତରେ ଶଙ୍ଖା ପିନ୍ଧିଥିଲେ ।ପରେ ସ୍ଥାନୀୟ ଲୋକେ ପ୍ରଥମେ ବାମେବାରି ପୋଲିସ କୁ ଖବର ଦେଇଥିଲେ । ନଦୀରେ ବର୍ଷା ଯୋଗୁଁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବାମେବାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲା। ସେହି ସ୍ଥାନ ଟି କେଉଁ ଥାନା ଅଧୀନରେ ଅଛି, ତାହା ସ୍ପଷ୍ଟ କରି ପାରିନଥିଲା ପୋଲିସ। ଗତ ମଙ୍ଗବାର ଘଟଣା ସ୍ଥଳରେ ବାମେବାରି ଓ ନୟାକୋଟ ପୋଲିସ ପହଞ୍ଚିଥିଲେ। ଉଭୟ ଥାନା ଅଞ୍ଚଳ ର ରାଜସ୍ବ ନିରୀକ୍ଷକ ମଧ୍ୟ ପହଞ୍ଚ ଥିଲେ। ପରେ ଉକ୍ତ ଅଞ୍ଚଳଟି ନୟାକୋଟ ଥାନା ଅଧୀନରେ ଯାଉଥିବା ଜଣାଇଥିଲେ।

ଦୁଇ ଥାନା ବିବାଦ ଯୋଗୁଁ ୨ ଦିନ ଧରି ଶବ ନଦୀ ରୁ ଉଠି ପାରି ନଥିଲା। ଉକ୍ତ ଅଞ୍ଚଳ ଟି ନୟାକୋଟ ଥାନା ଅଧୀନ ରେ ଆସୁଥିବା ରୁ ନୟା କୋଟ ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ କୁ ପଠାଇବା ସହ ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏ ନେଇ ପୋଲିସ ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନା କୁ ଜଣାଇଥିଲା। ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ସାରକୁଣ୍ଡା ଗ୍ରାମର ସୁନିତା ଘଣା ଙ୍କୁ ପୋଡ଼ା ସିମଳା ଗ୍ରାମର ସୁରେଶ ପରିଡା ପ୍ରେମ ଜାଲ ରେ ଫସାଇ କିଛି ବର୍ଷ ହେବ କେନ୍ଦୁଝରର କାଶିପୁର ରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ସୁରେଶ ପୂର୍ବ ରୁ ବିବାହ କରିଥିବା ଅନ୍ୟ ଏକ ଜାତିର ପ୍ରଥମ ସ୍ତ୍ରୀ ଓ ୨ ପିଲା ଙ୍କୁ କେନ୍ଦୁଝର ସହର ର ଅନ୍ୟ ଏକ ସ୍ଥାନ ରେ ରଖି ମଝିରେ ମଝିରେ ତାଙ୍କ ପାଖରେ ମଧ୍ୟ ରହୁଥିଲେ।

ସୁରେଶ ଙ୍କ ଦ୍ଵିତୀୟ ବିବାହ କୁ ସୁରେଶ ଙ୍କ ପରିବାର ଲୋକେ ଜାଣିନଥିବା ଜଣାପଡି ଥିବାବେଳେ ସୁନିତା ଙ୍କ ଭାଇ ସୁବାସ ଘଣା କହିଛନ୍ତି ଭଉଣୀ ସୁନୀତା ତାଙ୍କୁ ଫୋନ କରି ଗତ ଅଗଷ୍ଟ ୨୦ ତାରିଖରେ ସୁରେଶ ଙ୍କ ଗାଡି କାମ ପାଇଁ ୫/୬ ଲକ୍ଷ ଟଙ୍କା ଦରକାର ଅଛି ଦେବା ପାଇଁ କହିଥିଲେ। ପରେ ଭାଇ ସୁବାସ ଭଉଣୀ ଙ୍କୁ ଦେଢ଼ ଲକ୍ଷ ଟଙ୍କା ୨୮ ତାରିଖ ଦିନ ଦେଇଥିଲେ। ତା ପରେ ୩ ତାରିଖ ଠାରୁ ଭଉଣୀ ଙ୍କ ଫୋନ ଅଫ ହୋଇଥିବା ବେଳେ ତାଙ୍କ ସହ ଆଉ ଯୋଗା ଯୋଗ ହୋଇ ପାରି ନ ଥିଲା। ଭଉଣୀ ଙ୍କ ବିଷୟରେ ଭେଣେଇ ସୁରେଶ ଙ୍କୁ ପଚାରିବାରୁ ମୁଁ ଘରେ ନଥିବା ବେଳେ ସୁନୀତା କେଉଁ ଆଡେ ଚାଲି ଯାଇଥିବା କହିଥିଲେ। ସୁବାସ ଭଉଣୀ ନିଖୋଜ ଥିବା ନେ଼ଇ ପୋଲିସ କୁ ଜଣାଇବାକୁ ସୁରେଶ ଙ୍କୁ ୭ ତାରିଖ ଦିନ କହିଥିଲେ। ହେଲେ ସୁରେଶ ପୋଲିସ କୁ ଜଣାଇ ନଥିଲେ। ପରେ ସୁବାସ ୯ ତାରିଖ ଦିନ ନିଜେ କେନ୍ଦୁଝର ଆସି ସୁରେଶ ଙ୍କୁ କେନ୍ଦୁଝର ଟାଉନ ଥାନା କୁ ନେଇ ଲିଖିତ ଜଣାଇଥିଲେ।

ଏନେଇ ଏକ ନିଖୋଜ ମାମଲା ମଧ୍ୟ ଟାଉନ ଥାନାରେ ହେଇଥିଲା। ପରେ ଗତ ୩ ଦିନ ତଳେ ୧୭ ତାରିଖ ବସନ୍ତପୁର ନଦୀ କୂଳରେ ଏକ ମହିଳା ଙ୍କ ଶବ ଭାସୁଥିବା ଖବର ଜଣାପଡିବା ପରେ ସୁବାସ ନୟାକୋଟ ପୋଲିସ ସହିତ ଯୋଗା ଯୋଗ କରିଥିଲେ। ଆଜି ସୁବାସ ଓ ସୁନୀତା ଙ୍କ ମା କୁନାରି ଘଣା କେନ୍ଦୁଝର ଆସି ଭଉଣୀ ଙ୍କୁ ଚିହ୍ନିଥିଲେ। ତେବେ ଝିଅ କୁ ସୁରେଶ ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ମା କୁନାରୀ ଘଣା। ତେବେ ଏ ନେଇ ପୋଲିସ ତଦନ୍ତ କରିବା ସହ ମହିଳା ଙ୍କ ସ୍ୱାମୀ ସୁରେଶ ଙ୍କୁ ପଚରା ଉଚରା କରୁଛି। ତେବେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.