ଶିକ୍ଷୟତ୍ରୀଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ରାଗିଗଲେ ପିଲା, ଶେଷରେ ସ୍କୁଲରେ ତାଲା ଝୁଲାଇ ଧାରଣାରେ ବସିଲେ

ବିଦ୍ୟାଳୟ ଶିକ୍ଷାର ପ୍ରାଥମିକ ଅନୁଷ୍ଠାନ ହୋଇଥିବାବେଳେ ଏଇଠି କିନ୍ତୁ ଶିକ୍ଷକ ଖୋଦ ପିଲାଙ୍କ ସହ ଏମିତି ବ୍ୟବହାର କରୁଛନ୍ତି ଯାହାକୁ ଶୁଣିଲେ ଆପଣ ବି ରାଗିଯିବେ... ଶିକ୍ଷୟତ୍ରୀଙ୍କ ଜାତିଆଣା ମନ୍ତବ୍ୟକୁ ବିରୋଧ କରିବାକୁ ଯାଇ ପିଲାମାନେ ଏକାଠି ହୋଇ ସ୍କୁଲ୍ ରେ ତାଲା ପକାଇଛନ୍ତି ।

ସ୍କୁଲରେ ପଡିଲା ତାଲା, ଶିକ୍ଷକ ନୁହେଁ ଏଥର ଛାତ୍ରଛାତ୍ରୀ ପକାଇଛନ୍ତି ତାଲା । ଏପଟେ ଶିକ୍ଷକ ଆନ୍ଦୋଳନ କରିଛନ୍ତି ବୋଲି ବୋଧେ ପିଲାମାନେ ରାଗିଯାଇ ସ୍କୁଲ ରେ ତାଲା ପକାଇଛନ୍ତି , ସେଇଆ ଭାବୁଥିଲେ ଏକଦମ ଭୁଲ ଭାବୁଛନ୍ତି । କାରଣ କଥା ଟା ଏଠି ପୁରା ଅଲଗା ରହିଛି । ବିଦ୍ୟାଳୟ ଶିକ୍ଷାର ପ୍ରାଥମିକ ଅନୁଷ୍ଠାନ ହୋଇଥିବାବେଳେ ଏଇଠି କିନ୍ତୁ ଶିକ୍ଷକ ଖୋଦ ପିଲାଙ୍କ ସହ ଏମିତି ବ୍ୟବହାର କରୁଛନ୍ତି ଯାହାକୁ ଶୁଣିଲେ ଆପଣ ବି ରାଗିଯିବେ… ଶିକ୍ଷୟତ୍ରୀଙ୍କ ଜାତିଆଣା ମନ୍ତବ୍ୟକୁ ବିରୋଧ କରିବାକୁ ଯାଇ ପିଲାମାନେ ଏକାଠି ହୋଇ ସ୍କୁଲ୍ ରେ ତାଲା ପକାଇଛନ୍ତି ।

ଏ ସ୍କୁଲ ଶିକ୍ଷୟତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଚାରିଆଡେ ନିନ୍ଦା କରାଯାଉଛି। ସୂଚନା ଅନୁସାରେ ଗଣେଷ ପୂଜା ଦିନ ଜଣେ ଛାତ୍ରକୁ ପଦ୍ମାଳୟା ସାହୁ ନାମକ ଶିକ୍ଷୟତ୍ରୀ ଜାତିଆଣ ମନ୍ତବ୍ୟ ଆକ୍ଷେପ କରି ପୂଜାରେ ବସିବା ପାଇଁ ଅନୁମତି ଦେଇନଥିଲେ । ଯାହାର ଅଭିଯୋଗ କରି ପିଲାମାନେ ମିଶି ସ୍କୁଲ ମୁଖ୍ୟ ଗେଟରେ ତାଲା ପକାଇଛନ୍ତି । ଖାଲି ତାଲା ପକାଇନାହାନ୍ତି ଧାରଣାରେ ମଧ୍ୟ ବସିଛନ୍ତି । ପିଲାଙ୍କ ସହ ସେମାନଙ୍କ ଅଭିଭାବକ ମଧ୍ୟ ଏ ଧାରଣାରେ ସାମିଲ ଅଛନ୍ତି ।ଅଭିଯୋଗ ମୁତାବକ ତେନ୍ତୁଲିଡିହି ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଘଟଣା ଘଟିଛି। ବିଦ୍ୟାଳୟ ଗେଟରେ ତାାଲ ପକାଇ ସ୍କୁଲ ଆଗରେ ନାରାବାଜି କରି ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ।

ଗଣେଷ ପୂଜା ଦିନ ଜଗନ୍ନାଥ ଦାସ ନାମକ ଛାତ୍ର ପୂଜା ପାଇଁ ସ୍କୁଲ ଆସିଥିଲା। ସମସ୍ତଙ୍କ ନିଷ୍ପତି କ୍ରମେ ଜଗନ୍ନାଥ କଳସ ବୁଡ଼ାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍କୁଲର ଶିକ୍ଷୟତ୍ରୀ ପଦ୍ମାଳୟା ସାହୁ ଜାତିଅଣା ଆକ୍ଷେପ କରି କଳସ ବୁଡାଇବାକୁ ବାରଣ କରିଥିଲେ, ଏହାପରେ ଛାତ୍ରଛାତ୍ରୀ ଅଭିଯୋଗ ଆଣିଲେ। ତେବେ ଏହାକୁ ବିରୋଧ କରି ପିଲା ଓ ଅଭିଭାବକମାନେ ହୋହାଲ୍ଲା କରିବା ସହ ସ୍କୁଲ ଗେଟରେ ତାଲା ପକାଇ ବସିଛନ୍ତି। ଯାହା କାରଣରୁ ଉକ୍ତ ସ୍କୁଲରେ ପାଠ ପଢା ବନ୍ଦ ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.