ଗାତ ଭିତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ।

କୋରାପୁଟ (କେନ୍ୟୁଜ): ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ।

ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି ଗତକାଲି ହଳ ନେଇ ଜମିକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ସୀଙ୍ଗୁରୁ ତାଡିଙ୍ଗିଙ୍କ ମୃତଦେହ ଏକ ଗାତରେ ପଡିଥିବା ଦେଖିବାକୁ ମିଳିଥିଲା । କେହି ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତେବେ କିଏ ଓ କାହିଁକି ପୂର୍ବତନ ସରପଞ୍ଚ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.