ବାପ-ଝିଅ ନଦୀକୁ ଡେଇଁବା ଘଟଣା, ବୈତରଣୀ ନଦୀରୁ ମିଳିଲା ଚନ୍ଦନଙ୍କ ମୃତଦେହ

ଭଦ୍ରକରେ ବାପ-ଝିଅ ନଦୀକୁ ଡେଇଁ ପଡ଼ିବା ଘଟଣାରେ । ଆସିଲା ବଡ଼ ଖବର । ବୈତରଣୀ ନଦୀରୁ ମିଳିଲା ବାପାର ମୃତଦେହ। ମୃତଦେହକୁ ଚିହ୍ନଟ କଲେ ଚନ୍ଦନ କୁମାର ସାହୁଙ୍କ ଭିଣେଇ। କିନ୍ତୁ ନିଖୋଜ କୁନି ଝିଅର ଏପର୍ଯ୍ୟନ୍ତ ପତ୍ତା ମିଳୁନି । ଖୋଜଖୋଜି ଜାରି ରହିଛି ।

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ବାପ-ଝିଅ ନଦୀକୁ ଡେଇଁ ପଡ଼ିବା ଘଟଣାରେ । ଆସିଲା ବଡ଼ ଖବର । ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ମୃତଦେହକୁ ଚିହ୍ନଟ କଲେ ଚନ୍ଦନଙ୍କ ଭିଣେଇ ରବୀନ୍ଦ୍ର ସାହୁ । କିନ୍ତୁ ନିଖୋଜ କୁନି ଝିଅର ଏପର୍ଯ୍ୟନ୍ତ ପତ୍ତା ମିଳୁନି । ଖୋଜଖୋଜି ଜାରି ରହିଛି ।

ବୁଧବାର ରାତିରେ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ । ରାତି ୯ଟା ବେଳେ ବାପା-ଝିଅ ବ୍ରିଜ ଉପରୁ ଡେଇଁଥିଲେ । ପୋଲରେ ରହିଥିଲା ଚନ୍ଦନଙ୍କର ବାଇକ୍, ମୋଵାଇଲ ଫୋନ ଓ ଜୋତା । ଦୁଇ ମାସ ତଳେ ଚନ୍ଦନଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବ୍ରିଜ ନିକଟରୁ ତାଙ୍କ ଭଉଣୀକୁ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ । ତେବେ କାହିଁକି ବୈତରଣୀ ନଦୀକୁ ଡେଇଁଲେ ବାପା-ଝିଅ ? ନିଜକୁ ଶେଷ କରିବା ଦେବାକୁ ଚରମ ନିଷ୍ପତ୍ତି ନେଲେ କାହିଁକି ? ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.