ଆଜି ସନ୍ଧ୍ୟା ସୁଦ୍ଧା ହଟିବ ପୋଷ୍ଟର ଓ ବ୍ୟାନର, ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଆଜି ହଟିବ ବେଆଇନ ନିର୍ବାଚନୀ ପୋଷ୍ଟର, ବ୍ୟାନର ଓ ହୋର୍ଡିଂ। ଆଜି ଅପରାହ୍ଣ ୫ଟା ସୁଦ୍ଧା ହଟିବ ପୋଷ୍ଟର ଓ ବ୍ୟାନର। କେନ୍ଦ୍ର ଓ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବେଆଇନ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦିନ କେଇଟା ବାକି । ନିର୍ବାଚନୀ ବିଗୁଲ ବାଜିବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁଁ ଏବେ ଚାରିଆଡେ ରାଜନୈତିକ ପୋଷ୍ଟର ବ୍ୟାନର ହଟାଯାଉଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଆଜି ହଟିବ ବେଆଇନ ନିର୍ବାଚନୀ ପୋଷ୍ଟର, ବ୍ୟାନର ଓ ହୋର୍ଡିଂ। ଆଜି ଅପରାହ୍ଣ ୫ଟା ସୁଦ୍ଧା ହଟିବ ପୋଷ୍ଟର ଓ ବ୍ୟାନର। କେନ୍ଦ୍ର ଓ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବେଆଇନ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଷ୍ଟର ଓ ବ୍ୟାନର ହଟାଯିବା ନେଇ ଇସିଙ୍କୁ ରିପୋର୍ଟ ଦେବ କେନ୍ଦ୍ର। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ଶେଷ ଆଡ଼କୁ ମେ ୧୩ରୁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହାସହ ସାରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି । ସ୍ବଚ୍ଛ ଓ ମୁକ୍ତ ନିର୍ବାଚନ ପାଇଁ ଏକାଧିକ ନିୟମାବଳୀ ରହିଥିବା ବେଳେ ସର୍ବସାଧାରଣ ସ୍ଥାନରେ ନିର୍ବାଚନୀ ତଥା ରାଜନୈତିକ ପୋଷ୍ଟର ବ୍ୟାନର ନଲାଗିବା ନେଇ ମଧ୍ୟ ସ୍ପଷ୍ଟ ଭାବରେ ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.