କଳିଙ୍ଗା ଘାଟି ପାଲଟିଛି ମରଣ ଯନ୍ତା, ଭାଇରାଲ୍ ହେଉଛି ଲାଇଭ୍ ଆକ୍ସିଡେଣ୍ଟର ଭିଜୁଆଲ୍

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି, ଯାହା ବର୍ତ୍ତମାନ ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛି । ଘାଟିର କିଛି ସ୍ଥାନରେ ତେଲ ପଡ଼ିଥିବା ଯୋଗୁଁ ଗୋଟାଏ ଦିନରେ ଦଶ ରୁ ଅଧିକ ବାଇକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ରାଇକିଆ(କେନ୍ୟୁଜ): ଆରେ ଆରେ ଇଏ କଣ । ଏମିତି ଗାଡି ଗୁଡାକ କାହିଁକି ଖସିଯାଉଛି । ବାପ୍ ରେ କି ବପଦ । ଯଦି ପଛ ପାଖରୁ କି ସାମ୍ନା ପଟରୁ କୋଉ ବଡ ଗାଡି ଆସୁଥିବ, ତେବେ କି ଅଘଟଣ ଘଟିବ ଟିକେ ଚିନ୍ତାକଲେ । ଆଉ ଭିଡିଓ କରୁଥିବା ଜଣେ ଯୁବକ ଏହି ରାସ୍ତାରେ ଆସୁଥିବା ସମସ୍ତଙ୍କୁ କହୁଛନ୍ତି-ଆଜ୍ଞା ଧିରେ ଧିରେ..୧୦ସ୍ପିଡ୍ ରେ ଚଲାଅ, ୧୦ସ୍ପିଡ୍ ରେ.. ।

ଏଭଳି କିଛି କହି ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏପଟେ ରାସ୍ତା କଡରେ ଠିଆ ହୋଇଛନ୍ତି ଆଉ କିଛି ଜଣ । ତଥାପି ଦେଖିବାକୁ ମିଳିଥିଲା କି, ଯୁବକ ଜଣକ ସତର୍କ କରିବା ଭିତରେ ଦୁର୍ଘଟଣାର ଶୀକାର ହେଉଥାନ୍ତି କିଛି ବାଇକ ଚାଳକ । ରାସ୍ତାରେ ଆସୁଥାନ୍ତି ଆଉ ଠିକ୍ ବୁଲାଣି ବେଳେ ହିଁ ଖସିକି ପଡୁଥାନ୍ତି ।

ତେବେ ଏହି ଘଟଣା ହେଉଛି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର । ଯାହା ବର୍ତ୍ତମାନ ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛି । ଘାଟିର କିଛି ସ୍ଥାନରେ ତେଲ ପଡ଼ିଥିବା ଯୋଗୁଁ ଗୋଟାଏ ଦିନରେ ଦଶ ରୁ ଅଧିକ ବାଇକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଯାହାର ଲାଇଭ ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ବହୁ ଲୋକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଆଉ ଏହି ରାସ୍ତା କଡରେ ଛିଡା ହୋଇଥିବା ସଭିଏଁ, ଦୁର୍ଘଟଣାର ଶୀକାର ହେବାପରେ ଆହତ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏପରି ଦୁର୍ଘଟଣା ଏଠାରେ ଚାଲିରହିଛି । ଦୀର୍ଘ ଆଠ କିଲୋମିଟର ଏହି ଘାଟିର ବିଭିନ୍ନ ସ୍ଥାନରେ ଅଏଲ ପଡିଛି । ଯାହାଫଳରେ ରାସ୍ତାର ବୁଲାଣି ସ୍ଥାନରେ ବହୁ ଦୁର୍ଘଟଣା ଘଟୁଅଛି । କିଛି ବଡ ଦୁର୍ଘଟଣା ଘଟିବା ପୂର୍ବରୁ ଯଥାଶୀଘ୍ର ଏଥି ପ୍ରତି ଦୃଷ୍ଟିଦେବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.