ଚତୁର୍ଥୀ ବାସି ମଥାରୁ ଲିଭିଲା ସିନ୍ଦୁର: ଜଙ୍ଗଲରୁ ମିଳିଲା ସ୍ୱାମୀଙ୍କ ମୃତଦେହ
ନବବଧୂର ମଥାରୁ ଲିଭିଗଲା ସିନ୍ଦୁର। ବିବାହକୁ ୫ଦିନ ହୋଇ ନଥିବା ବେଳେ ସ୍ୱାମୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କାଳୀମାଟି ଗ୍ରାମର ଦୁଧିଆନାଳି ସାହିରେ

ଘଟଗାଁ (କେନ୍ୟୁଜ): ହାତରୁ ଛାଡ଼ିନି ମହେନ୍ଦି, ପାଦରୁ ଲିଭିନାହିଁ ଅଳତା। ହେଲେ ନବବଧୂର ମଥାରୁ ଲିଭିଗଲା ସିନ୍ଦୁର। ବିବାହକୁ ୫ଦିନ ହୋଇ ନଥିବା ବେଳେ ସ୍ୱାମୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କାଳୀମାଟି ଗ୍ରାମର ଦୁଧିଆନାଳି ସାହିରେ।
ମିଳିଥିବା ସୂଚନା ଅନୁଯାୟୀ ଦୁଧିଆନାଳି ସାହିର ଲକ୍ଷ୍ମଣ ନାଏକଙ୍କ ବଡ଼ପୁଆ ର୍ନିମଳ ସାହୁ ଚଳିତ ମାସ ୧୧ତାରିଖରେ ପିଠାଗୋଳା ଗ୍ରାମର ଗୁରୁଚରଣ ସାହୁଙ୍କ ସାନଝିଅ ବୁଧୁମତି ସାହୁଙ୍କୁ ବିବାହ କରିଥିଲେ। ୧୩ ତାରିଖ ଦିନ ଚତୁର୍ଥୀ କାମ ସରିବା ପରେ ୧୪ ତାରିଖରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ତାଙ୍କର ମୃତଦେହ ଗ୍ରାମରୁ ୧କିମି ଦୂର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ପାଇ ମୃତକଙ୍କ ସମ୍ପର୍କୀୟ ମାନେ ଘଟଣା ସ୍ଥଳରେ ପହଞ୍ଚି ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି।