ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ପାରାଦୀପରେ ବସ୍ତି ଶୂନଶାନ୍ ‌: ଏକାସଙ୍ଗେ ଦୁଇଟି ସ୍ଥାନରେ କିପରି ଦେଉଛନ୍ତି ଭୋଟ୍‌

ପାରାଦୀପ: ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ପାରାଦୀପରେ ବସ୍ତି ଶୂନଶାନ୍‌ । ନୂଆବଜାର ଓ ଷଣ୍ଢକୁଦ ବସ୍ତିରେ ପଡିଛି ତାଲା। ବସ୍‌ ଓ ଟ୍ରେନରେ ପାରାଦୀପରୁ ଆନ୍ଧ୍ର ଯାଉଛନ୍ତି ତେଲୁଗୁ ସଂପ୍ରଦାୟର ଭୋଟର । ଆନ୍ଧ୍ର ନିର୍ବାଚନର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି । ତେଲୁଗୁ ସଂପ୍ରଦାୟର ଭୋଟର ଆନ୍ଧ୍ରରେ ଭୋଟ ଦେଉଥିବା ବେଳେ କିଭଳି ଓଡିଶାରେ ମଧ୍ୟ ଭୋଟ ଦେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

ଏନେଇ ପାରାଦୀପ ପ୍ରଶାସନ ପାଖରେ କୌଣସି ଖବର ନଥିବା ବେଳେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ। ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ପାରାଦୀପ ପୌରପାଳିକାର କର୍ମଚାରୀମାନେ ବିଭିନ୍ନ ବସ୍ତିକୁ ଯାଇ ସର୍ଭେ କରି ଚିଠା ପ୍ରସ୍ତୁତ କରିଥିବା ବେଳେ । ସଂପୁର୍ଣ୍ଣ ସର୍ଭେ ସରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.