ଖୁସି ଖବର! ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍‌ ସିଗ୍‌ନାଲ

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏହି ଭ୍ୟାକ୍‌ସିନ୍‌ ୬୫ ବର୍ଷ କିମ୍ବା ତା’ଠୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସୁରକ୍ଷିତ।

ପ୍ରକାଶ ଯେ, ଏହି ଟୀକା ଉପରେ ଦକ୍ଷିଣ ଆଫ୍ରିକା କିଛି ଦିନ ତଳେ ପ୍ରଶ୍ନ ଉଠାଇଥିଲା। ଦକ୍ଷିଣ ଆଫ୍ରିକା ନିଜ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର ଟୀକା ଦେବା ଉପରେ ରୋକ୍‌ ଲଗାଇଥିଲା। ସୂଚନାଯୋଗ୍ୟ ଯେ ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟୀକାର ଉତ୍ପାଦନ କରୁଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ପ୍ୟାନେଲ କହିଛନ୍ତି ଯେ ଯେଉଁଠାରେ ଦକ୍ଷିଣ ଆଫ୍ରିକାର କରୋନା ଭ୍ୟାରିଏଣ୍ଟ, ଭ୍ୟାକ୍‌ସିନ୍‌ର ପ୍ରଭାବକୁ କମ୍‌ କରିଦେଇଛି, ଏହି ଭ୍ୟାକ୍‌ସିନ୍‌କୁ ସେସବୁ ଦେଶରେ ମଧ୍ୟ ବ୍ୟବହାର କରାଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଷ୍ଟ୍ରାଟେଜିକ୍‌ ଆଡଭାଇଜରୀ ଗ୍ରୁପ ଅଫ୍‌ ଏକ୍ସପର୍ଟସ ଅନ୍‌ ଇମ୍ୟୁନିଜେଶନ ଏହି ଟୀକା ନେଇ ନିଜ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା ଭ୍ୟାକ୍‌ସିନ୍‌କୁ ଦୁଇଟି ଡୋଜ୍‌ରେ ଦିଆଯିବ।