ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଅଭିନବ ଉପାୟରେ ଧରିଲା ପୋଲିସ୍

ପଟ୍ଟାମୁଣ୍ଡାଇ: ଅଭିନବ ଉପାୟରେ ଚୋର ଧରିଲା ପୋଲିସ୍ ।ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଧରିଛି ପୋଲିସ୍। ସଂପୃକ୍ତ ଯୁବକକୁ ଥାନାରେ ଚାକିରି କରାଇଦେବାକୁ କହି ଯୁବକର ଶାରୀରିକ ପରୀକ୍ଷା କରାଇଥିଲା ।

ଏହାର ଭିଡିଓ କରି ଚୋରି ବେଳର ସିସି ଟିଭି ଫୁଟେଜ ସହ ମିଶାଇବା ପରେ ସବୁ କଥା ସାମ୍ନାକୁ ଆସିଥିଲା । ପରେ ପୋଲିସ ସମ୍ପୃକ୍ତ ଚୋରକୁ ଗିରଫ କରିବା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଚୋରି ଅଳଙ୍କାରକୁ ମଧ୍ୟ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.