ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଆରମ୍ଭ ହେଲା ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ମେଣ୍ଟର ସ୍କୁଲ ଗୁଡିକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍‌ ରେଜିଷ୍ଟାର ଦାଖଲ କରିଛନ୍ତି । ଗତକାଲି ଏବଂ ଆଜି ଭିତରେ ଟିଆର ଦାଖଲ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଥିଲା । ପ୍ରଥମ ଦିନରେ ପ୍ରାୟ ୫୦ ପ୍ରତିଶତ ମେଣ୍ଟର ସ୍କୁଲ ଛାତ୍ରଛାତ୍ରୀଙ୍କ ଟିଆର ଯାଞ୍ଚ କରି ଡିଇଓଙ୍କ ନିକଟରେ ଦାଖଲ କରିଛନ୍ତି । ଅବଶିଷ୍ଟ ଆଜି ସଂଧ୍ୟା ସୁଦ୍ଧା ଦାଖଲ ହେବ । ସବୁ ମେଣ୍ଟର ସ୍କୁଲରୁ ଟିଆର ମିଳିବା ପରେ ଜିଲ୍ଲାର ଡିଇଓ ୨୧ ତାରିଖ ସୁଦ୍ଧା ଏହାର ଯାଞ୍ଚ ଶେଷ କରି ୨୪ରେ ବୋର୍ଡ ୱେବସାଇଟରେ ମାର୍କ ଅପଲୋଡ କରିବେ । ପରେ ବୋର୍ଡ ପକ୍ଷରୁ ମାର୍କକୁ ଜୁନ୍‌ ୨ ତାରିଖ ସୁଦ୍ଧା ଯାଞ୍ଚ କରାଯିବ । ପରେ ରିପୋର୍ଟ ଆଧାରରେ ପିଲାଙ୍କୁ ମାର୍କ ଦିଆଯିବ । ଚଳିତବର୍ଷ କରୋନାପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷାକୁ ବାତିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.