Below header

ବରଗଛରୁ ଉଦ୍ଧାର ହେଲା ବିଶାଳ ଅଗଜର

ଗଞ୍ଜାମ (କେନ୍ୟୁଜ) : ବରଗଛରୁ ଉଦ୍ଧାର ହେଲା ବିଶାଳ ଅଗଜର । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗାଁ ଗାଦିଓଟ ଭାଗବତ ମଣ୍ଡପ ନିକଟରେ ଥିବା ବରଗଛରୁ ସାପଟିକୁ ଉଦ୍ଧାର କରାଯାଇଛି । ସାପଟି ଗଛ କୋରଡରେ ରହିଥିବା ଜାଣିବା ପରେ ପିପୁଲ ଫର ଆନିମଲ ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ପିପୁଲ ଫର ଆନିମଲ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟ ରତନେଇ ଜଙ୍ଗଲରେ ଛାଡି ଦେଇଛନ୍ତି । ଉଦ୍ଧାର ସାପଟିର ଓଜନ ପ୍ରାୟ ୩୦ କେଜି ହେବା ସହ ବୟସ ୬ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.