Below header

ମେ’ ରେ ଅନୁଭୂତ ହେବ ଭୀଷଣ ତାତି: ସ୍ୱାଭାବିକ ଠାରୁ ଅଧିକ ରହିବ ପାରଦ

ମେ' ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର ? ଭିନ୍ନ ଭିନ୍ନ ପାଣିପାଗ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ମେ’ ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ ତାତି ହେବାର ସମ୍ଭାବନା ୫୫ରୁ ୬୫ ପ୍ରତିଶତ ରହିଛି ।

କାଳବୈଶାଖୀ ପୂର୍ବରୁ ଏପ୍ରିଲ ମାସରେ ଯେଉଁ ଭଳି ହିଟ୍‌େଓ୍ଵଭ୍‌ କଣ୍ଡିସନ୍‌ ଥିଲା ମେ’ ମାସରେ ତା’ଠାରୁ ଅଧିକ ଅନୁଭୂତ ହୋଇପାରେ । ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଅନେକ ଅଞ୍ଚଳରେ ହିଟ୍‌େଓ୍ଵଭ୍‌ ଅନୁଭୂତ ହେବ ।

ଅନ୍ୟପଟେ ମେ’ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର ? ଭିନ୍ନ ଭିନ୍ନ ପାଣିପାଗ ମଡେଲ ଭିନ୍ନଭିନ୍ନ ଆକଳନ କରୁଛନ୍ତି । ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ଆକଳନ କରୁ ନାହାନ୍ତି IMD GFS, NCUM, ECMWF, ECMM, NEPS ଏବଂ GEFS ମଡେଲ। କିନ୍ତୁ NCEP-GFS ଏବଂ IMD GPPର ଆକଳନ ମେ ପ୍ରଥମ ସପ୍ତାହର ଦ୍ୱିତୀୟ ଭାଗ ଆଡକୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପଶ୍ଚିବ ବଙ୍ଗୋପସାଗରରେ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.