ହତ୍ୟା କରି ସାବତ ଝିଅକୁ ପୋଡ଼ି ଦେଲା ମା, ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇଦେଲା ବାପା

ଗୋପ (କେନ୍ୟୁଜ): ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ସାନ ଝିଅକୁ ମାରି ମଶାଣିରେ ପୋଡିଦେଲେ ସାବତ ମାଆ ଓ ମାମୁଁ । ନିଜ ବାପା, ସାବତ ମାଆ ଓ ମାମୁଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତିି ମୃତକଙ୍କ ବଡ ଭଉଣୀ ରଶ୍ମିତା ମହରଣା । ମୃତକ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ସାନଝିଅ ମୋନାଲି ମହାରଣା ବୋଲି ଜଣାପଡିଛି ।

ଘଟଣାରେ ବାପା ଦୁର୍ଗାଚରଣଙ୍କୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତ ସାବତ ମାଆ ଓ ମାମୁଁ ଫେରାର ଅଛନ୍ତି । ୨୦୧୮ରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ୨୦୨୦ରେ ଦ୍ୱିତୀୟ ବିବାହ କରିଥିଲେ ଦୁର୍ଗାଚରଣ । ବିବାହ ପରେ ଦୁର୍ଗାଚରଣଙ୍କ ୨ୟ ସ୍ତ୍ରୀ ମୋନାଲିଙ୍କୁ ମାଡ ଗାଳି କରୁଥିଲେ । ତେବେ ଗତ ୭ ତାରିଖରେ ମୋନାଲିଙ୍କୁ ତାଙ୍କ ସାବତ ମାଆ ମମତା ଓଝା ଓ ସାବତ ମାମୁଁ ଜୀବନ ଓଝା ମିଶି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମଶାଣିକୁ ଧୋଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ଗୋପ ପୋଲିସ୍‌ ପହଞ୍ଚି ମଶାଣିକୁ ଯାଇ କିଛି ପାଉଁଶ ସହ ଅସ୍ତି ଜବତ କରିଛି । ଏହାସହ ଏକ ସାଇଣ୍ଟିଫିକ୍‌ ଟିମକୁ ଡକାଇ ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.