ବିରାଟକାୟ ସାପ ସହିତ ଡିନର ଟେବୁଲରେ ଦୁଇ ଯୁବତୀ, ଭିଡିଓ ଦେଖିଲେ ଉଡିଯିବ ହୋସ୍

ଆଜିକାଲି ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଲୋକମାନେ ଖାଦ୍ୟ ଛାଡ଼ି ପୋକ ଖାଇଲେ। ମଣିଷ ଏପରି କାମ କରୁଛି ଯେ କିଏ କେବେ କଲ୍ପନାରେ ବି ଭାବି ନ ଥିବେ । ଦର୍ଶକବନ୍ଧୁ ଦୁନିଆରେ ଏଭଳି ଅନେକ ହୋଟେଲ୍‌ ଅଛି ଯାହା ନିଜର ଭିନ୍ନ ଭିନ୍ନ ଗୁଣ ପାଇଁ ଲୋକଙ୍କ ମଧ୍ୟରେ ପରିଚିତ। ‌କୌଣସି ହୋଟେଲ୍‌ ନିଜର ନିର୍ମାଣ ଶୈଳୀ ଯୋଗୁ ତ ଆଉ କେଉଁ ହୋଟେଲ୍‌ ସ୍ବତନ୍ତ୍ର ସୁବିଧା ପାଇଁ ଅନ୍ୟଠାରୁ ଭିନ୍ନ ହୋଇଥାଆନ୍ତି।

ତେବେ ଆମ ଲୋକଙ୍କୁ ତ ଆଜିକାଲି ଆଉ ଘର ଖାଇବା ପସନ୍ଦ ଆସୁନି, ବଡ଼ ବଡ଼ ରେସ୍ତୋରାଁ ଯାଇ ସ୍ୱାଦିଷ୍ଟ ଭୋଜନ କରିବାକୁ ଭାରି ଇଚ୍ଛା । କିନ୍ତୁ ଦୁନିଆରେ ଏମିତି କିଛି ରେସ୍ତୋରାଁ ରହିଛି, ଯେଉଁଠି ବିଚିତ୍ର ଢଙ୍ଗରେ ଖାଦ୍ୟ ପରଷା ଯାଇଥାଏ। ହେଲେ ଦର୍ଶକବନ୍ଧୁ ଆଜିର ଭିଡିଓ ଏଇ ରେସ୍ତୋରାଁକୁ ନେଇ। ଯେଉଁଠି ଦେଖିବାକୁ ମିଳିଛି ଅଜର ଏକ ଘଟଣା। ଯେମିତି ଏହି ଘଟଣା ସାମ୍ନାକୁ ଆସିଛି।

ସମଗ୍ର ବିଶ୍ୱରେ ଅନେକ ପ୍ରକାରର ସାପ ଆପଣ ଦେଖିଥିବେ। ଅଧିକାଂଶ ସାପ ବିଷାକ୍ତ ନୁହଁନ୍ତି ତଥାପି ସାପ ନା ଶୁଣିଲେ ଭୟ ଲାଗେ । ସାଧାରଣ ଲୋକଟିଏ ସାପ ପାଖକୁ ଯିବାକୁ ସାହସ କରିପାରେ ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ସାପର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଏକ ସାପ ରେଷ୍ଟୁରାଣ୍ଟ ଭିତରେ ଦେଖିବାକୁ ମିଳିଛି ​​। ଯିଏକି ଖାଇବା ଟେବୁଲ ଉପରେ ନଜର ଆସୁଛି।

 

View this post on Instagram

 

A post shared by İlhan Atalay (@ilhanatalay_)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଏକ ରେଷ୍ଟୁରାଣ୍ଟର । ଏଠାରେ ଦୁଇ ଜଣ ଯୁବତୀ ଡିନର ଖାଉଥିବା ସମୟରେ ମଝିରେ ଏକ ରଙ୍ଗୀନ ବିଶାଳ ସାପ ରଖାଯାଇଛି। ଏହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୋସ୍ ଉଡିଯାଇଛି। ସୋସିଆଲ ମିଡିଆରେ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଏବଂ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭିଡିଓଟିକୁ ପାଖାପାଖି ୧୦ ମିଲିୟନ୍ ରୁ ଅଧିକ ଲୋକ ଦେଖିସାରିଲେଣି। ସାପଟି ଉଭୟ ଯୁବତୀଙ୍କ ସାମ୍ନାରେ ଡାଇନିଂ ଟେବୁଲ ଉପରେ ବସି ରହି ମୁଣ୍ଡ ଏପଟ ସେପଟ କରୁଛି।  ସୋସିଆଲ ମିଡିଆରେ ଇଲହାନାଟାଲାଇ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୭୫ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି । ସାପଟି ଜୀବନ୍ତ ଏବଂ ଖୁବ୍ ଆରାମରେ ଟେବୁଲ ଉପରେ ବସି ରହିଥିବା ଭିଡିଓରେ ଜଣାପଡୁଛି । ତେବେ ସାପଟି ଯୁବତୀଙ୍କ ପୋଷା ବୋଲି କୁହାଯାଉଥିବାବେଳେ ପ୍ରକ୍ରୁତ ସତ୍ଯାସତ୍ଯ ଜଣାପଡିନି।

ଅନ୍ଯପଟେ ସୂଚନା ଥାଉକି, ବାସ୍ତବରେ ସାପର ବିଷ ମଣିଷ ପାଇଁ ଅତ୍ୟନ୍ତ ମାରାତ୍ମକ । ଏହାକୁ ପାଖରେ ରଖିବା ପାଇଁ କେହି ଚିନ୍ତା ମଧ୍ୟ କରନ୍ତି ନାହିଁ। କିନ୍ତୁ ବିଶ୍ବ କେତେକ ସ୍ଥାନରେ, ଏପରି କିଛି ଲୋକ ମଧ୍ୟ ଦେଖିବାକୁ ମିଳନ୍ତି, ଯେଉଁମାନେ ବିପଦ ଥିବା ଜାଣି ମଧ୍ଯ ସାପକୁ ପୋଷା କରି ଘରେ ରଖିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.