ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ଓ ଯାତ୍ରୀ

ଜଳିଗଲା ଚଳନ୍ତା କାର। ରାଉରକେଲା ଦେଓଗାଁ ଫେଟକଲ ପଟ୍ରୋଲ ପମ୍ପ ପରିସରରେ ନିଆଁ ଲାଗି ଜଳିଗଲା ଚଳନ୍ତା କାର । ତେବେ ଗାଡି ଚାଳକ ଏବଂ ଅନ୍ୟ ଜଣେ ଅରୋହୀ ଗାଡିରୁ ଡେଇଁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ରାଉରକେଲା (କେନ୍ୟୁଜ): ଜଳିଗଲା ଚଳନ୍ତା କାର। ରାଉରକେଲା ଦେଓଗାଁ ଫେଟକଲ ପଟ୍ରୋଲ ପମ୍ପ ପରିସରରେ ନିଆଁ ଲାଗି ଜଳିଗଲା ଚଳନ୍ତା କାର । ତେବେ ଗାଡି ଚାଳକ ଏବଂ ଅନ୍ୟ ଜଣେ ଅରୋହୀ ଗାଡିରୁ ଡେଇଁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ପେଟ୍ରୋଲ ପମ୍ପଟି ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ଥିବାରୁ ଭିଡ଼ ଜମି ଯାଇଥିଲା। ଫଳରେ ରାଜପଥରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା।

ପରେ ଘଟଣା ସ୍ଥଳରେ ଫାୟାର ବ୍ରିଗେଡ଼ ଟିମ୍ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସେତେବେଳକୁ କାରଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ନିଆଁ ଲାଗିଥିବା ଗାଡ଼ିଟି ଇଣ୍ଡିଗୋ କାର ଥିବା ଜଣା ପଡ଼ିଛି। ଗାଡ଼ିରେ ନିଆଁ ଲାଗିବା କାରଣ ଜଣା ପଡି ନଥିଲେ ମଧ୍ୟ ସଟ୍ ସର୍କିଟରୁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.