ଟିମ ଇଣ୍ଡିଆର ମିଶନ ଫାଇନାଲ : ଆସନ୍ତାକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

କାଲି ବିଶ୍ବକପରେ ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍।

ଟିମ ଇଣ୍ଡିଆର ମିଶନ ଫାଇନାଲ । କାଲି ବିଶ୍ବକପରେ ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ଲିଗ୍ ପର୍ଯ୍ୟାୟରେ କିୱି ବାହିନୀକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ୧୯୮୭ରୁ ଏ ଯାଏ ୱାଙ୍ଖଡେରେ ୫ଟି ମ୍ୟାଚ ଖେଳିଛି ଭାରତ । ଏଥିରୁ ୨ଟି ମ୍ୟାଚରେ ପରାସ୍ତ ହୋଇଛି ।

ସେହିପରି ଟିମ ନ୍ୟୁଜିଲାଣ୍ଡ ୱାଙ୍ଖଡେରେ ଖେଳିଥିବା ଦୁଇ ମ୍ୟାଚ ମଧ୍ୟରୁ ଗୋଟିଏରେ ବିଜୟ ଓ ଗୋଟିଏରେ ପରାସ୍ତ ହୋଇଛି । ଉଭୟ ଦଳ ବିଶ୍ବକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୪ଟି ଓ କିୱି ଟିମ ୫ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି । ୨୦୧୯ ସେମିରୁ ଭାରତକୁ ବିଦା କରିଥିଲା କିୱି ଟିମ । ୧୮ ରନରେ ବାଜି ମାରିଥିଲା ଟିମ ନ୍ୟୁଜିଲାଣ୍ଡ। ଏବେ ୱାଙ୍ଖଡେ ଷ୍ଟାଡିୟମରେ ୱିଲିୟମସନ ବାହିନୀକୁ ପରାସ୍ତ କରି ୨୦୧୯ ବିଶ୍ବକପ୍ ବଦଲା ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ରୋହିତ ଆଣ୍ଡ କୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରୁଛି ରୋହିତ ବ୍ରିଗେଡ୍ । ଏପଟେ ଟିମ ନ୍ୟୁଜିଲାଣ୍ଡ ବି ଭଲ ଫର୍ମରେ ଅଛି । ତେଣୁ ଆସନ୍ତାକାଲି ବଡ ଲଢେଇ ଅପେକ୍ଷାରେ ଅଛନ୍ତି କ୍ରିକେଟପ୍ରେମୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ହେବ ଏସିଡ ଟେଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.