ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି।

ଭଂଜନଗର (କେନ୍ୟୁଜ): ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି।

ଗତ ସୋମବାର ଦିନ ଘଟିଥିଲା ହତ୍ୟା ଘଟଣା । ମିଟର୍ ରେ ଲାଗିଥିବା ମଇଳା ସଫା କରିବାକୁ ନେଇ ଯୁକ୍ତିତର୍କରୁ ଉତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଟର ରିଡର କର୍ମଚାରୀଙ୍କ ମୃତଦେହ ଜଣେ ଉପଭୋକ୍ତାଙ୍କ ଘର ବାହାରେ ପଡିରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ତାରସିଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ହତ୍ୟା ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ହତ୍ୟା ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ବେଳେ କେଉଁ କାରଣରୁ ହତ୍ୟାକାଣ୍ଡର ସୂତ୍ରପାତ ହେଲା ତାକୁ ନେଇ ତଦନ୍ତ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.