ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ

ପାକିସ୍ତାନକୁ ବିଦା କଲା ଭାରତ । ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆରମ୍ଭରୁ ହିଁ ପ୍ରଭାବୀ ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ମ୍ୟାଚ୍ ଶେଷ ସୁଦ୍ଧା ଭାରତ ୪ଟି ଗୋଲ୍ ଦେଇଥିଲା।

ପାକିସ୍ତାନକୁ ବିଦା କଲା ଭାରତ । ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆରମ୍ଭରୁ ହିଁ ପ୍ରଭାବୀ ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ମ୍ୟାଚ୍ ଶେଷ ସୁଦ୍ଧା ଭାରତ ୪ଟି ଗୋଲ୍ ଦେଇଥିଲା। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । ପ୍ରଥମାର୍ଦ୍ଧରେ ଅଧିନାୟକ ହରମନପ୍ରିତ ସିଂହ ପେନାଲ୍ଟି କର୍ଣ୍ଣରୁ ୨ଟି ଗୋଲ୍ ସ୍କୋର କରିଥିଲେ । ଆୟୋଜକ ଭାରତ ଜବରଦସ୍ତ ଫର୍ମରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିଥିବାବେଳେ ପାକିସ୍ତାନ ଟପ୍-୪ରେ ରହିବାକୁ ସଂଘର୍ଷ କରିଥିଲା ।

ଆସନ୍ତାକାଲି ସେମିଫାନାଲରେ ଜାପାନକୁ ଭେଟିବ ଭାରତ । ଉଭୟ ଭାରତ ଏବଂ ପାକିସ୍ତାନ ଏସିଆନ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ସଫଳ ଦଳ ଅଟନ୍ତି। ଉଭୟ ପଡୋଶୀ ଦେଶ ତିନି ଥର ଲେଖାଏଁ ଟାଇଟଲ୍ ହାସଲ କରିଛନ୍ତି। ଏହାକୁ ମିଶାଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୋଟ ୧୭୩ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତ ୬୫ ଏବଂ ପାକିସ୍ତାନ ୮୨ଟି ଜିତିଛି। ୨୬ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.