ଦ୍ୱିତୀୟ ଦିନରେ ଭୁବନେଶ୍ୱର ଗସ୍ତ କରିବେ ରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ

ମହାମହିମଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ଦିନ ୩ଟା ବେଳେ ରାଷ୍ଟ୍ରପତି ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରରେ ଜନଜାତି ଶୀର୍ଷକ ଆଲୋଚନାଚକ୍ରକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।

ଭୁବନେଶ୍ୱର (କେନ୍ୟୁଜ): ମହାମହିମଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ନିଜ ବାସଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୯ଟା ୪୦ରେ ଘରୁ ବାହାରି ଦାଣ୍ଡବୋଷ ହେଲିପ୍ୟଡ ଯିବେ। ସେଠାରେ କେନ୍ଦୁଝର ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ ରାଷ୍ଟ୍ରପତି । ପାରମ୍ପରିକ ନୃତ୍ୟଗୀତରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ। ପରେ ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଦିନ ୩ଟା ବେଳେ ରାଷ୍ଟ୍ରପତି ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରରେ ଜନଜାତି ଶୀର୍ଷକ ଆଲୋଚନାଚକ୍ରକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଟ୍ବିନ୍ ସିଟିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ ।

ସେହିପରି ଆସନ୍ତାକାଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଗଞ୍ଜାମ ଜିଲ୍ଲାପାଳ, ବିଭିନ୍ନ ବିଭାଗର ଅଧିକାରୀ ଅଧିକାରୀ ଓ ଏୟାରଫୋର୍ସର ଅଧିକାରୀ ମାନେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି ବ୍ୟବସ୍ଥାର ତଦାରଖ କରଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଆସନ୍ତା ୧ ତାରିଖରେ ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି ବିଜୁପଟ୍ଟନାୟକ ପ୍ରେକ୍ଷାଳୟକୁ ଯିବେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ ଡି ଡିଗ୍ରି ପ୍ରଦାନ ସହ ୩୫ଟି ବିଭାଗର ଟପ୍ସର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ, ୩ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡିଏସ୍ ସି ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ରାଷ୍ଟ୍ରପତି ପ୍ରାୟ ୫୦ ମିନିଟ ରହିବେ। ଏହା ପୂର୍ବରୁ ୧୯୭୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଭି.ଭି ଗିରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆସିଥିଲେ । …ବ୍ରହ୍ମପୁର ପରେ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ । ମାର୍ଚ୍ଚ ୨ରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.