Below header

କଟକରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଏସଜିବିଏଲ ମେଗାମାର୍ଟ,ଅଢେଇ ଲକ୍ଷ ବର୍ଗଫୁଟରେ ମଲ୍ଟି ଷ୍ଟୋରେଜ ବିଲ୍ଡିଂରେ ରହିବ ୬୦୦ରୁ ଅଧିକ ଦୋକାନ

କଟକ(କେନ୍ୟୁଜ୍):  ବାଣିଜ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ କଟକ ସହରରେ ରାଜ୍ୟର ସର୍ବବୃହତ ବଡ଼ ବଜାର ଏସଜିବିଏଲ ମେଗାମାର୍ଟ ଖୁବ ଶୀଘ୍ର ଖୋଲିବାକୁ ଯାଉଛି । ଅଢେଇ ଲକ୍ଷ ବର୍ଗଫୁଟ ପରିମିତ ଏହି ମଲ୍ଟି ଷ୍ଟୋରେଜ ବିଲ୍ଡିଂରେ ୬୦୦ରୁ ଅଧିକ ଦୋକାନ ଘର ରହିଛି । ସହରରେ ପାର୍କିଂ ବଡ଼ ସମସ୍ୟା ହୋଇଥିବା ବେଳେ ଏଠାରେ ବିସ୍ତ୍ରୀର୍ଣ୍ଣ ପାର୍କିଂ ଅଞ୍ଚଳ ରହିଛି ।

ଏସଜିବିଏଲ ମେଗାମାର୍ଟ ଯୋଗୁଁ ୧୨ ହଜାରରୁ ଅଧିକ ବ୍ୟକ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଏହି ଅବସରରେ ତିନିଦିନ ଧରି ବାସ୍ତୁ ପୂଜା ଓ ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଜିବିଏଲ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଶଙ୍କର ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.