Below header

ଚାଣକ୍ୟ ନୀତି : ଯିଏ ଏହି କଥା ପାଳନ କରିଥାନ୍ତି, ଶତ୍ରୁ ବି ତାଙ୍କ ଠାରୁ ଥାଆନ୍ତି ଦୂରରେ

ଚାଣକ୍ୟଙ୍କ ନୀତି ଅନୁସାରେ ଯିଏ ସଫଳତା ପ୍ରାପ୍ତ କରିଥାଏ ତାଙ୍କୁ ସୁଖ ସମୃଦ୍ଧି ବି ପ୍ରାପ୍ତ ହୋଇଥାଏ । ସଫଳତାକୁ ଦେଖି କିଛି ଲୋକ ସହି ପାରି ନଥାନ୍ତି । ଫଳରେ ଶତ୍ରୁ ଭାବ ରଖିଥାନ୍ତି । ଏହି ଲୋକ ଲକ୍ଷ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି । ଏହି ଶତ୍ରୁମାନଙ୍କୁ ପରାଜୟ କରିବା ପାଇଁ ଚାଣକ୍ୟ କିଛି କଥା କହିଛନ୍ତି, ଯାହାଦ୍ୱାରା ଶତ୍ରୁଙ୍କୁ ପରାଜିତ କରିହେ ବ । ଚାଣକ୍ୟଙ୍କ କଣ ଏହି କଥା ଆସନ୍ତୁ ଜାଣିବା ।

ନିଜ ଦୁର୍ବଳତାକୁ ଦୂର କରନ୍ତୁ, ଶତ୍ରୁ ଦୁର୍ବଳତାର ଲାଭ ଉଠାଇଥାନ୍ତି :

ଚାଣକ୍ୟ ନୀତି ଅନୁସାରେ ଶତ୍ରୁ ସର୍ବଦା ଦୁର୍ବଳ ସ୍ଥିତିର ଫାଇଦା ଉଠାଇଥାନ୍ତି । ଶତ୍ରୁକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ଶତ୍ରୁ ସେତେବେଳେ ଆକ୍ରମଣ କରିଥାଏ ଯେତେବେଳେ ବ୍ୟକ୍ତି ଅସାବଧାନ ହୋଇଯାଏ । ପ୍ରତି ସଫଳ ବ୍ୟକ୍ତିଙ୍କ କେହି ନା କେହି ଶତ୍ରୁ ଅବଶ୍ୟ ଥାଆନ୍ତି । ଏହି ଶତ୍ରୁ ସଫଳତାରେ ବାଧା ସୃଷ୍ଟି କରିଥାନ୍ତି । ସେମାନଙ୍କ ଠାରୁ ବଞ୍ଚିବା ପାଇଁ ଚାଣକ୍ୟଙ୍କ ଏହି କଥା ଅତ୍ୟନ୍ତ ଦୁର୍ଲଭ ।

ପ୍ରତିଭା ଓ କୁଶଳତାକୁ ନିରନ୍ତର ବୃଦ୍ଧି କରନ୍ତୁ :

ଚାଣକ୍ୟ ନୀତି ଅନୁସାରେ ଶତ୍ରୁକୁ ଯଦି ପରାଜିତ କରିବାକୁ ଚାହୁଁଛନ୍ତି, ତେବେ ନିଜର ଶକ୍ତିକୁ ନିରନ୍ତର ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ । ଶକ୍ତିଶାଳୀ ହେବା ଦ୍ୱାରା ଶତ୍ରୁ ହାନି ପହଞ୍ଚାଇବା ଆଗରୁ ବହୁବାର ଚିନ୍ତା କରିବାକୁ ବାଧ୍ୟ ହେବ । ଯେଉଁଭଳି ରୋଗ ଶରୀରକୁ ଦୁର୍ବଳ କରେ,ସେହିପରି ଶକ୍ତି କ୍ଷୀଣ ହେବା ଦ୍ୱାରା ଶତ୍ରୁ ଆକ୍ରମଣ କରିବା ପାଇଁ ଚିନ୍ତା କରିଥାଏ । ତେଣୁ ବ୍ୟକ୍ତିକୁ ନିଜର ଶକ୍ତି,କୁଶଳତା ଓ ଜ୍ଞାନ ନିରନ୍ତର ବୃଦ୍ଧି କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.