ଭାବ ଓ ଭକ୍ତିରେ ଉଛୁଳୁଛି ନୀଳାଚଳ ଧାମ, ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର ।

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ଯଜ୍ଞସ୍ଥଳରୁ ଭାସି ଆସୁଛି ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ। ଭଜନ କୀର୍ତ୍ତନରେ ଚଉଦିଗ କମ୍ପୁଛି । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ସାଢ଼େ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରଦିକ୍ଷଣ ହେବ ।

ଅପରାହ୍ଣ ଗୋଟାଏ୧୫ ରୁ ଗୋଟାଏ ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ । ଅପରାହ୍ଣ ଗୋଟାଏ ୩୦ ରୁ ୨ ଟା ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୂତି , ଆଳତି ଓ ପୁଷ୍ପାଞ୍ଜଳି ଦିଆଯିବ । ଏହାପରେ ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ ହୋଇ ସମ୍ବର୍ଦ୍ଧନା ଉତ୍ସାହ ଅନୁଷ୍ଠିତ ହେବ ।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବାହାର ରାଜ୍ୟରୁ ଅତିଥିମାନେ ଆସି ପହଞ୍ଚି ସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିମନ୍ତ୍ରିତ ଅତିଥି ଓ ଭିଭିଆଇପି ଶ୍ରୀମାର୍ଗ ଦେଇ ଆସିବେ। ଉତ୍ତର ପାର୍ଶ୍ଵ ମଠ ଅଡିଟୋରିୟମରେ ୯୦୦ ଅତିଥିଙ୍କ ବସିବା ତଥା ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ବିଦେଶରୁ ୨୦-୨୫ ପ୍ରତିନିଧିଙ୍କ ସହ ରାଜ୍ୟ ବାହାରୁ ୬୦ ମନ୍ଦିର ଓ ରାଜ୍ୟ ଭିତରର ୩୦ ମନ୍ଦିରରେ ପୂଜକ ଓ କର୍ମକର୍ତ୍ତା ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.