ଘର କଳିକୁ ନେଇ ରକ୍ତପାତ: ପରିବାରର ୪ ଜଣଙ୍କୁ ଆକ୍ରମଣ କଲା ପୁଅ

ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତପାତ। ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକରେ ଘଟିଛି ଏହି ଅଭାବନୀୟ ଘଟଣା।

ବ୍ରହ୍ମପୁର (କେନ୍ୟୁଜ): ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତପାତ। ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକରେ ଘଟିଛି ଏହି ଅଭାବନୀୟ ଘଟଣା।

ଗତକାଲି ଖରାବେଳେ ଘରେ ସମସ୍ତେ ଶୋଇଥିବାବେଳେ ଆକ୍ରମଣ କରିଥିଲେ ବଡ଼ ପୁଅ ପାଣ୍ଡବ ରେଡି । ୪ ଜଣଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଛନ୍ତି ପାଣ୍ଡବ ରେଡ୍ଡି ଓ ତାଙ୍କ ସ୍ତ୍ରୀ । ସାନ ଭାଇ ଘରେ ନଥିବାବେଳେ ଏହି ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.