ଶାଶୁକୁ ହତ୍ୟା କଲା ଜ୍ୱାଇଁ, ବଞ୍ଚାଇବାକୁ ଯାଇ ଶ୍ବଶୁର ଗୁରୁତର

ରାଉରକେଲା (କେନ୍ୟୁଜ): ଶାଶୁକୁ ହତ୍ୟା କଲା ଜ୍ୱାଇଁ । ହତ୍ୟା ବେଳେ ବଞ୍ଚାଇବାକୁ ଯାଇଥିବା ଶଶୁରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁଣିଗାରେଡ଼ି ସନ୍ଦେହରେ ଶାଶୁକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା କାତେପୁର ସ୍କୁଲ ଟୋଲା ଅଞ୍ଚଳରୁ ଆସଛି ଏହି ହତ୍ୟାକାଣ୍ଡ ଅଭିଯୋଗ ।

ସୂଚନା ଅନୁଯାୟୀ, ମୋନା କୁମହର ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଶାଶୁଙ୍କୁ ହତ୍ୟା କରିବା ପରେ ଶଶୁରଙ୍କୁ ଆକ୍ରମଣ କରିଥିଲେ । ବିସ୍ରା ପୋଲିସ ମୋନା କୁମହରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.