ରିସର୍ଚ୍ଚରୁ ମିିଳିଲା ସୂଚନା, ପ୍ରତିଦିନ ମନ୍ଦିର ଗଲେ ବଢ଼ିବ ଆୟୁଷ, ଯିବା ସମୟରେ କେବଳ ଏସବୁ କଥାକୁ ଧ୍ୟାନ ଦିଅନ୍ତୁ

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ ବଢ଼ିଥାଏ। ତେଣୁ ଅନେକ ଜଣ ନିଜ ମନକୁ ଶାନ୍ତ ରଖିବା ପାଇଁ ମନ୍ଦିରକୁ ଯାଇଥାନ୍ତି। କୁହାଯାଏ ମନ୍ଦିର ଗଲେ ମଣିଷର ଆୟୁଷ ବଢ଼େ। ଭଗବାନଙ୍କ କୃପା ରହିଥାଏ।

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ, ସେମାନଙ୍କ ଆୟୁଷ ମଧ୍ୟ ବଢ଼ି ଯାଇଥାଏ।ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଆମକୁ ଶାନ୍ତି ମିଳିଥାଏ। ଆଉ ଚିନ୍ତା କମିଯାଇଥାଏ। ମନ୍ଦିର ଏମିତି ଏକ ସ୍ଥାନ, ଯେଉଁଠି ଆପଣଙ୍କୁ ଆସ୍ଥା ଅନୁଭବ ହୋଇଥାଏ। ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଆମେରିକାର ଭଣ୍ଡରବିଲ୍ଟ ୟୁନିଭର୍ସିଟିର ଗବେଷକମାନେ ଏ ବିଷୟରେ ଏକ ରିସର୍ଚ୍ଚ କରିଥିଲେ। ୪୦ରୁ ୬୫ ବର୍ଷ ବୟସରେ ଯେଉଁ ଲୋକ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ କିମ୍ବା ଅନ୍ୟ ଧାର୍ମିକ ସ୍ଥଳକୁ ଯାଇଥାଆନ୍ତି, ସେମାନଙ୍କଠାରେ ଅସମୟରେ ମୃତ୍ୟୁର ଆଶଙ୍କା ୫୫ ପ୍ରତିଶତ ପଯ୍ୟର୍ନ୍ତ କମିଯାଇଥାଏ। ଗବେଷଣା ସମୟରେ ବିଭିନ୍ନ ଧର୍ମ ଏବଂ ସମୁଦାୟର ୫,୪୪୯ଜଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୬୪ ପ୍ରତିଶତ ଲୋକ ପ୍ରତିଦିନ ପୂଜାପାଠ କରୁଥିଲେ। ସମସ୍ତଙ୍କ ଶରୀରକୁ ଯାଞ୍ଚ କରାଯାଇଥିଲା।

ତେବେ ଆମେ ସମେସ୍ତ ତ ମନ୍ଦିର ତ ଯାଉଛୁ । କିନ୍ତୁ ମନ୍ଦିର ଯିବା ଆଗରୁ କିଛି ନିୟମ ରହିଛି ଯାହାକୁ ହୁଏତ ଅନେକ ଜାଣି ନାହାନ୍ତି। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ମନ୍ଦିର ଯିବା ଆଗରୁ କେଉଁ ସବୁ ନିୟମ ପାଳନ କରିବା ଉଚିତ।

ହିନ୍ଦୁଧର୍ମରେ ମନ୍ଦିର ଯିବା ଓ ଭଜନ ଓ ପୂଜନ କରିବାର ପରମ୍ପରା ରହିଛି। ଏମିତି କଲେ ଜୀବନରେ ସକାରାତ୍ମକତା ଆସିଥାଏ। ସୁଖ ସମୃଦ୍ଧି ଶାନ୍ତି ମିଳିଥାଏ। କିନ୍ତୁ ଅନେକ ଥର ଲୋକ ମନ୍ଦିର ଗଲା ପରେ ବି କିଛି ଫଳ ମିଳିନଥାଏ। ଏହା ପଛରେ ଏକ ବିଶେଷ କାରଣ ରହିଛି। ଜାଣିନିଅନ୍ତୁ..

-ମନ୍ଦିର ଯିବା ଆଗରୁ ପବିତ୍ରତା ଉପରେ ଧ୍ୟାନ ରଖନ୍ତୁ। ଏମିତିରେ ସକାରାତ୍ମକ ଉର୍ଜା ଶରୀରକୁ ପ୍ରବେଶ କରିଥାଏ। ଏହା ସହିତ ଶରୀରକୁ ସଫା ସୁତୁରା ସହ ପିନ୍ଧିଥିବା କପଡ଼ା ସଫା ରହିବା ଉଚିତ। ସବୁଠୁ ଜରୁରୀ ମନ ସଫା ରହିବା ଆବଶ୍ୟକ। ଅଂହକାର , ଗର୍ବ ଆଦି ଥିଲେ ମନ୍ଦିରକୁ ପ୍ରବେଶ କରିବା ଉଚିତ ହେବନି।
-ମନ୍ଦିରକୁ ପ୍ରବେଶ କରିବା ଆଗରୁ ପ୍ରଥମେ ପାହାଚକୁ ସ୍ପର୍ଶ କରି ମୁଣ୍ଡିଆ ମାରନ୍ତୁ। ଗର୍ବ, ଅଂହକାର କୁ ପରିତ୍ୟାଗ କରି ଠାକୁରଙ୍କୁ ପାଖକୁ ଯାଆନ୍ତୁ ।
-ଭଗବାନଙ୍କ ପାଖକୁ ଯାଇ ପ୍ରଥମେ ଆପଣ ନିଜ ଜୀବନରେ ଯାହା ବି କିଛି ପାଇଛନ୍ତି ସେସବୁ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଜଣାନ୍ତୁ। ଏହାପରେ ଆପଣ ଯାହା ବି ପାଇବାକୁ ଚାହୁଁଛନ୍ତି ତାହା ଈଶ୍ୱରଙ୍କପାଖରେ ପ୍ରାର୍ଥନା କରନ୍ତୁ। ଭଲ ମନରେ ପ୍ରାର୍ଥନା କଲେ ଭଗବାନ ଆପଣଙ୍କର ସବୁ ଇଚ୍ଛାକୁ ପୂର୍ଣ୍ଣ କରିବେ। କିନ୍ତୁ ଏହାସହ ଆପଣଙ୍କୁ ବି ସେହି କାମ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.