ଜମିବାଡିକୁ କେନ୍ଦ୍ର କରି ବାପାକୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତଦେହକୁ ପୋତିବାକୁ ଚାଲିଥିଲା ଯୋଜନା

ଢେଙ୍କାନାଳ (କେନ୍ୟୁଜ): ବାପାକୁ ହତ୍ୟା କଲା ପୁଅ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।ହତ୍ୟା ପରେ ମୃତଦେହକୁ ପୋତି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଞ୍ଚିଲା ଟାଉନ ଥାନା ପୋଲିସ।

ଜାଗାବାଡ଼ି ସଂକ୍ରାନ୍ତକୁ ନେଇ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତ୍ରିଲୋଚନ ପ୍ରଧାନ। ପୂର୍ବରୁ ଜାଗା ବାଡ଼ି ପାଇଁ ବାପ ପୁଅ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.