ପ୍ରୋପୋଜ୍‌ ଡେରେ ପାର୍ଟନରଙ୍କୁ ବନାଇ ଖୁଆନ୍ତୁ ଏହି ବଢ଼ିଆ ରେସିପି, ସାଥି ହୋଇଯିବେ ଖୁସି

ଆବଶ୍ୟକ ସାମଗ୍ରୀ

  • ୪ ବ୍ରେଡ ସ୍ଲାଇସ୍‌
  • ୧/୨ କପ୍‌ ପାଣି
  • ୪ଟି ଗୁଣ୍ଡ ଅଳେଇଚ
  • ୪ କପ୍‌ କ୍ଷୀର
  • ୧ ମୁଠା କାଜୁ
  • ୧ ମୁଠା ପିସ୍ତା
  • ୧/୨ କପ୍‌ ଘିଅ
  • ୧/୨ କପ୍‌ ଚିନି
  • ୨ଟି କେସର
  • ଏକ ମୁଠା ବାଦାମ୍‌

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନ ନିଅନ୍ତୁ ସେଥିରେ ପାଣି ଗରମ କରନ୍ତୁ।
ଚିନି ମିଳାଇଗଲେ ସେଥିରେ କେସରକୁ ମିଶାଇ ଦିଅନ୍ତୁ।
ଯେତେବେଳେ ସିରା ସାମାନ୍ୟ ଗାଢ଼ା ହୋଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଅଲଗା କରି ରଖିଦିଅନ୍ତୁ।
ଏକ ପ୍ୟାନ ନିଅନ୍ତୁ, କ୍ଷୀରକୁ ମଧ୍ୟମ ଆଞ୍ଚରେ ଫୁଟାଇ ପୂରା ଗାଢ଼ କରିଦିଅନ୍ତୁ।
କ୍ଷୀର ଗାଢ଼ ହୋଇଗଲେ ସେଥିରେ ଅଳେଇଚ ପାଉଡର, ଅଳ୍ପ ସିରା ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
ଏବେ ବ୍ରେଡ ସ୍ଲାଇସ ନିଅନ୍ତୁ ଏବଂ ତାର ଚାରି କଡକୁ କାଟି ଦିଅନ୍ତୁ। ଏହାକୁ ତିନି କୋଣିଆ କରି କାଟି ଦିଅନ୍ତୁ।
ଏହାପରେ କଡାରେ ଘିଅ ଗରମ କରନ୍ତୁ ଏବଂ ବ୍ରେଡର ଦୁଇ ପାଖକୁ ସେକି ଦିଅନ୍ତୁ।
ବ୍ରେଡ ସ୍ଲାଇସକୁ ଭଲଭାବେ ସେକିବା ପରେ ପ୍ରତ୍ୟେକ ସ୍ଲାଇସକୁ ସିରାରେ ବୁଡାଇ ଅଧ ଘଣ୍ଟା ରଖନ୍ତୁ।
ଏବେ ପ୍ରସ୍ତୁତ ରାବଡିକୁ ବ୍ରେଡ ସ୍ଲାଇସ ଉପରେ ରଖିଦିଅନ୍ତୁ। ଏବଂ ବଳକା ଖୁଆକୁ ଗାର୍ନିସ କରିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଟେଷ୍ଟି ଟେଷ୍ଟି ସାହି ଟୁକଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.