ଫୁଲରେ ସଜ୍ଜିତ ହେଲା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମନ୍ଦିର, ରୁଦ୍ରଗୋପାଳ ବେଶରେ ଦର୍ଶନ ଦେଲେ ଶ୍ରୀଅଚ୍ୟୁତ

ପୀଠ ଚତୁଃପାର୍ଶ୍ଵରେ ଯାଗଯଜ୍ଞ, ମହାମନ୍ତ୍ର ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି । ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ଆଲୋକରେ ସଜ୍ଜିତ କରାଯାଇଛି ।

ସାଲେପୁର (କେନ୍ୟୁଜ): ପୌଷ ପୂର୍ଣ୍ଣିମା ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି । ପୀଠ ଚତୁଃପାର୍ଶ୍ଵରେ ଯାଗଯଜ୍ଞ, ମହାମନ୍ତ୍ର ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି । ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ଆଲୋକରେ ସଜ୍ଜିତ କରାଯାଇଛି ।

ଏହି ଅବସରରେ ପଞ୍ଚସଖା ପୀଠମାନଙ୍କରୁ ଆଜ୍ଞାମାଳ ଅଣାଯାଇ ମହାପୁରୁଷଙ୍କ ସେବାପୂଜାରେ ଅର୍ପଣ କରାଯାଇଥିଲା । ଆସନ୍ତାକାଲି ମଧ୍ୟାହ୍ନରେ ସେବାୟତମାନଙ୍କ ଦ୍ବାରା ପଗଡ଼ି ଯାତ୍ରା ଆୟୋଜନ କରାଯିବ । ପ୍ରଥମେ କୁଞ୍ଜବିହାରୀ ମଠର ଅଧୀଶ୍ୱର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନଙ୍କ ଦ୍ବାରା ଉକ୍ତ ପଗଡ଼ିକୁ ଏକ ପାଲିଙ୍କିରେ ପ୍ରଥମେ ଦଧୂବାମନଜୀଉ ମନ୍ଦିର, ମା’ ତାରିଣୀ ପୀଠ, ମଙ୍ଗଳା ମନ୍ଦିର ପରିକ୍ରମା କରାଇ ଶେଷରେ ମହାପୁରୁଷଙ୍କ ପୀଠ ଚତୁଃପାର୍ଶ୍ଵରେ ପରିକ୍ରମା କରାଯାଇ ପଦ୍ମମୁଖ ତଥା ରାଜ ଅଭିଷେକ ବେଶରେ ଲାଗି କରା‌ଯାଇଛି ।

ପଗଡ଼ି ଲାଗି ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦ ବଜାର ଖୋଲାଯାଇ ମହାପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା । ସେହିପରି ସନ୍ଧ୍ୟାରେ ମହାପୁରୁଷଙ୍କର ନୀତି ନିର୍ଘଣ୍ଟ ଅନୁଯାୟୀ ମହାଆଳତି କରାଯାଇ ଶରଣ ପଞ୍ଜର, ଅଷ୍ଟଗୁଜ୍ଜରି, ନବଗୁଜ୍ଜରି, ଭଜନ, ଭାଗବତ ପାଠ କରାଯିବାର ବ୍ୟବସ୍ଥା ରହିଛି । ସନ୍ଧ୍ୟା ଆଳତୀ ପରେ ମହାପୁରୁଷଙ୍କୁ ଫୁଲ ଓ ତୁଳସୀ ଟାହିଆ ଲାଗି କରାଯାଇ ରୁଦ୍ର ଗୋପାଳ ବେଶରେ ସଜ୍ଜିତ କରାଯିବ । ଭକ୍ତମାନଙ୍କୁ ଏହି ବେଶରେ ଦର୍ଶନ ଦେବେ ଶ୍ରୀ ଅଚ୍ୟୁତ ।

You might also like