ହାତରେ ଜୋର ଦେଇ କାମ କରିବାରେ ଅସୁବିଧା ହେଉଛି କି ? ଜାଣନ୍ତୁ ଏ ସମସ୍ୟାରୁ କିପରି ବଞ୍ଚିବେ

ଗ୍ରିପିଂ ସମସ୍ୟା, ହାର୍ଟ ସମସ୍ୟା ଭଳି ରୋଗ ଏବଂ ଟାଇପ୍-୨ ଡାଇବେଟିସ୍, ଷ୍ଟ୍ରୋକ୍, କ୍ରନିକ୍ କିଡନୀ ରୋଗ, ଲିଭର ରୋଗ, ଅନେକ ପ୍ରକାରର କ୍ୟାନ୍ସର, ସାର୍କୋପେନିଆ ଭଳି ଅନେକ ରୋଗର ଲକ୍ଷଣ ହୋଇପାରେ । ସୂଚନା ମୁତାବକ, କିଛି ବିଶେଷଜ୍ଞ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି । ଯେ ସ୍ୱାସ୍ଥ୍ୟ ଖରାପ ହେବାର ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ହାତ ଧରିବା ବୋଲି କୁହାଯାଇଛି ।

ଯଦି ହାତରେ କୌଣସି ଜିନିଷ ଜୋର କରି ଧରିନପାରୁଛନ୍ତି, ତାହେଲେ ଏହା ଅନେକ ବିପଜ୍ଜନକ ରୋଗର ସଂଙ୍କେତ ହୋଇପାରେ । ଯେପରି ଗ୍ରିପିଂ ସମସ୍ୟା, ହାର୍ଟ ସମସ୍ୟା ଭଳି ରୋଗ ଏବଂ ଟାଇପ୍-୨ ଡାଇବେଟିସ୍, ଷ୍ଟ୍ରୋକ୍, କ୍ରନିକ୍ କିଡନୀ ରୋଗ, ଲିଭର ରୋଗ, ଅନେକ ପ୍ରକାରର କ୍ୟାନ୍ସର, ସାର୍କୋପେନିଆ ଭଳି ଅନେକ ରୋଗର ଲକ୍ଷଣ ହୋଇପାରେ । ସୂଚନା ମୁତାବକ, କିଛି ବିଶେଷଜ୍ଞ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି । ଯେ ସ୍ୱାସ୍ଥ୍ୟ ଖରାପ ହେବାର ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ହାତ ଧରିବା ବୋଲି କୁହାଯାଇଛି ।

ତେବେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଉପରେ ହ୍ୟାଣ୍ଡ ଗ୍ରାପିଂ ଟେଷ୍ଟ କରିପାରିବେ । ଏହି ଟେଷ୍ଟ ଦ୍ୱାରା ଜଣାପଡିବ ଯେ ଆପଣଙ୍କୁ ସାର୍କୋପେନିଆ ଅର୍ଥାତ୍ ମାଂସପେଶୀ, ହାତରେ ପାଓ୍ଵାର କେତେ ରହିଛି ନା ଆପଣଙ୍କ ହାତ ଦୁର୍ବଳ ଅଛି । ହାତରେ ମାଂସପେଶୀ କମ ହୋଇଯିବ ଅନେକ ରୋଗ ସହିତ ଜଡିତ ହୋଇଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗ ସହିତ ଜଡିତ ହୋଇପାରେ । ତେଣୁ ଆପଣଙ୍କୁ ଗ୍ରିପ୍‌ ଟେଷ୍ଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ତେବେ ହ୍ୟାଣ୍ଡ ଗ୍ରିପ୍ ଟେଷ୍ଟ କିପରି କରିବେ :
ତେବେ ଏହି ଅନୁସନ୍ଧାନରେ କୁହାଯାଇଛି ଯେ ଭାରତରେ ସାର୍କୋପେନିଆ ଏକ ସାଧାରଣ କଥା । ଯେଉଁଥିରେ ମାଂସପେଶୀ ଦୁର୍ବଳ ହୋଇଯାଏ । ଡାଇବେଟିସ୍ରେ କେବଳ ମେଦବହୁଳତା କିମ୍ବା ପେଟର ଚର୍ବି ବଢିବାର କାରଣ ହୁଏ ନାହିଁ ବରଂ କିଛି ଜିନିଷ ହାତରେ ଜୋର ଦେଇ ଧରିନପାରିବା ମଧ୍ୟ ଏକ ବଡ଼ ସମସ୍ୟା ହୋଇପାରେ । ଅଧ୍ୟୟନରେ କୁହାଯାଇଛି ଯେ ହାରାହାରି ୪୪ ବର୍ଷ ବୟସର ଭାରତୀୟ ପୁରୁଷଙ୍କ ପାଖରେ ଅତି କମରେ ୨୭.୫ କିଲୋଗ୍ରାମର ହ୍ୟାଣ୍ଡ ଗ୍ରିପ୍‌ ରହିବା ଉଚିତ । ଯେତେବେଳେ କି ମହିଳାମାନଙ୍କ ପାଇଁ ଏହା ୧୮ କିଲୋଗ୍ରାମ ହ୍ୟାଣ୍ଡ ଗ୍ରିପ୍‌ ରହିବ ଜରୁରୀ । ଯଦି ପୁରୁଷମାନଙ୍କର ହ୍ୟାଣ୍ଡ ଗ୍ରିପ୍‌ ଶକ୍ତି ୨୭.୫ କିଲୋଗ୍ରାମରୁ କମ୍ ରୁହେ, ତେବେ ଏହାର ଅର୍ଥ ହେଉଛି ସେମାନଙ୍କର ମାଂସପେଶୀ ଦୁର୍ବଳ । ଏପରି ପରିସ୍ଥିତିରେ ଆପଣ ସାବଧାନ ହେବା ଉଚିତ୍ । ନଚେତ ଆଗକୁ ଯାଇ ବଡ଼ ସମସ୍ୟା ହୋଇପାରେ ।

ଜାଣନ୍ତୁ କେଉଁ ସବୁ ରୋଗର ଲକ୍ଷଣ ହୋଇପାରେ :
ଏଭଳି ପରିସ୍ଥିତିରେ ଆପଣ ନିଜ ହାଡର ଶକ୍ତି, ଡାଇବେଟିସ୍, ବ୍ଲଡ଼ ପ୍ରେସର, ହାର୍ଟ ସମସ୍ୟା ଏବଂ ବେଳେବେଳେ କ୍ୟାନ୍ସର ରୋଗର ଯାଞ୍ଚ କରିବା ଉଚିତ୍ । ତେବେ ସ୍ୱାସ୍ଥ୍ୟର ଚାରୋଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ମଧ୍ୟରେ ତାପମାତ୍ରା, ପଲ୍ସ, ହାର୍ଟ ବିଟ୍‌, ବ୍ଲଡ଼ ପ୍ରେସର ଏବଂ ନିଶ୍ୱାସ ନେବା ଭଳି ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି ।

ହିପ୍‌ର ମାଂସପେଶୀକୁ କିପରି ମଜବୁତ କରାଯାଇପାରିବ :
ହ୍ୟାଣ୍ଡ୍ ଗ୍ରିପ୍ ଟେଷ୍ଟ କରିବାକୁ, ଆପଣ ଏକ ହ୍ୟାଣ୍ଡ-ଧରାଯାଇଥିବା ଡାଇନାମୋମିଟର ଟେଷ୍ଟ କରିପାରିବେ । ଯଦି ଆପଣ ନିଜ ହାତରେ କିଛି ଓଜନ ଜିନିଷ ଧରିପାରୁ ନାହାନ୍ତି, ତେବେ ଆପଣ ଏପରି କିଛି ବ୍ୟାୟାମ କରିବା ଉଚିତ, ଯାହା ଦ୍ୱାରା ଆପଣ ହାତରେ ଜୋର ଦେଇ କାମ କରିପାରିବେ । ଆପଣ ଏପରି ଓଜନ କିମ୍ବା ଥେରାବ୍ୟାଣ୍ଡ ଭଳି ବ୍ୟାୟାମ କରିପାରିବେ ଯାହା ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.