ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ, ଜାତୀୟ ରାଜପଥରେ ଯାତାୟତ ଠପ୍‌

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତର ଉଭୟେ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।

ମାଲକାନଗିରି (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତର ଉଭୟେ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।

ସୂଚନା ଅନୁସାରେ ଗତକାଲି ରାତିରେ ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଓଡିଶାରୁ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ମାଲକାନଗିରିରୁ ଜୟପୁରକୁ ଯାତାୟତ ପୁରା ଠପ୍‌ ହୋଇଯାଇଛି । ସେପଟେ ଯୁଦ୍ଧକାଳୀନ ଭିତିରେ ରାସ୍ତାରେ ପଡିଥିବା କାଠକୁ ସଫା କରାଯାଉଛି । ବର୍ଷା ଲାଗି ରହିଥିବାରୁ ସଫେଇ କାମରେ ବିଳମ୍ବ ହେଉଥିବା ଜଣାପଡିଛି । ରାସ୍ତାର ଉଭୟ ପଟେ ଶହ ଶହ ଗାଡିମୋଟର ଅଟକ ରହିଛି । ଘଟଣାସ୍ଥଳରେ ବୈପାରିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯାତାୟତ ସ୍ୱାଭାବିକ କରିବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.