ପାକିସ୍ତାନକୁ ହରାଇବା ପରେ ଆଜି ଶ୍ରୀଲଙ୍କାଙ୍କୁ ଭେଟିବ ଭାରତ, ବର୍ଷା ଆଶଙ୍କା ନେଇ ଚିନ୍ତାରେ ଫ୍ୟାନ୍ସ

ପାକିସ୍ତାନକୁ ହରାଇବା ପରେ ଆଜି ଶ୍ରୀଲଙ୍କା ସହିତ ଲଢେଇ କରିବ ଭାରତ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ତେବେ ଆଜି ମଧ୍ୟ ବର୍ଷା ଆଶଙ୍କା ରହିଛି । ଆଜିର ମ୍ୟାଚ ଯେଉଁ ଟିମ୍‌ ଜିତିବ, ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।

ଏସିଆ କପ୍ ସୁପର-୪ରେ ଆଜି ଭାରତ-ଶ୍ରୀଲଙ୍କା ଲଢେଇ । ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ପରେ ଆଜି ଲଙ୍କା ବିଜୟ ଚ୍ୟାଲେଞ୍ଜ । ଘରୋଇ ମାଟିରେ ହୋଇପାରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ମନୋବଳ ଦୃଢ ରହିଛି । ଆଜି ଘରୋଇ ମାଟିରେ ଭାରତକୁ ସାମ୍ନା କରିବ ଶ୍ରୀଲଙ୍କା । ଆଜି ଯିଏ ମ୍ୟାଚ୍ ଜିତିବ ଏସିଆ କପ୍ ଫାଇନାଲକୁ ସିଧାସଳଖ ପ୍ରବେଶ କରିବ ।

ଆଜି କଲମ୍ବୋର ପ୍ରେସଦାସା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଆଜି ମଧ୍ୟ ଅପରାହ୍ନ ୩ଟାରୁ ମ୍ୟାଚ୍‌ ଆରମ୍ଭ ହେବ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ଭଳି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଭଲ ସ୍କୋର ଦେଖିବାକୁ ମିଳିଛି । ଆଜିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜି ମ୍ୟାଚ୍‌ ଜିତିବା ପରେ ଟିମ୍‌ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଯଦି ଆଜି ବର୍ଷା ହୁଏ କମ୍‌ ଓଭର ମ୍ୟାଚ୍‌ ହୋଇପାରେ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗ ଅନୁସାରେ, ଆଜି ଦିନ ୧ଟାରୁ ୫ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଗତକାଲି ପାକିସ୍ତାନକୁ ଏତେ ବଡ ସ୍କୋରରେ ହରାଇବା ପରେ ଭାରତୀୟ ଟିମ୍‌ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ସେହିପରି ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଉଭୟ ଟିମ ପାଇଁ ସଂଘର୍ଷପୂର୍ଣ୍ଣ ରହିବ ।

ବର୍ଷା ବାଧାପ୍ରାପ୍ତ ମ୍ୟାଚ ରିଜର୍ଭ ହୋଇ ଗତକାଲି ଖେଳାଯାଇଥିଲା । ପାକିସ୍ତାନ ଟିମ୍‌ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା । ଫଳରେ ଭାରତ ୨ ଓ୍ଵିକେଟ ହରାଇ ୫୦ ଓଭରରେ ୩୫୬ ରନ୍‌ କରିଥିଲା । ବିରାଟ ଏବଂ କେଏଲ ରାହୁଲଙ୍କ ଶତକୀୟ ପାରି ଖେଳିଥିଲେ । ଏହାର ଜବାବରେ ପାକିସ୍ତାନ ଟିମ୍‌ ୩୨ ଓଭରରେ ୧୨୮ ରନରେ ଅଲଆଉଟ ହୋଇଥିଲେ । କୁଲଦୀପ ଯାଦବ ୫ଟି ଓ୍ଵିକେଟ ନେଇଥିଲେ । ବୁମରା ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.