ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ବନ୍ଦ ଡାକରା

ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ବନ୍ଦ ଡାକରା । ମଧ୍ୟ ରାତ୍ରିରୁ ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ତାଳଚେର ଓ କଣିହାଁ ଠାରେ ଥିବା ସମସ୍ତ କୋଇଲା ଖଣିରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଟ୍ରକଯୋଗେ କୋଇଲା ପରିବହନ ବନ୍ଦ କରାଯାଇଛି ।

ଟ୍ରକ ମାଲିକ ସଙ୍ଘ ପକ୍ଷରୁ କୋଇଲା ଭଡ଼ା ବୃଦ୍ଧି ପାଇଁ ପ୍ରଶାସନ ଓ ପ୍ଲାଣ୍ଟ ଗୁଡ଼ିକୁ ବାରମ୍ବାର ଭଡା ବୃଦ୍ଧି ନେଇ ଜଣାଇଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା । ତେବେ ଦିନକୁ ଦିନ ଟ୍ରକର ସମସ୍ତ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ପୂର୍ବ ଧାର୍ଯ୍ୟ ରେଟରେ ଟ୍ରକ ଚଲାଇବାକୁ ମାଲିକମାନେ ଅସମର୍ଥ ହେଉଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ଟ୍ରକ ମାଲିକଙ୍କ ସମସ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.