ଆସନ୍ତାକାଲିଠୁ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼, ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ଆସନ୍ତାକାଲି ଠାରୁ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ ।

ବରଗଡ଼ (କେନ୍ୟୁଜ): ଆସନ୍ତାକାଲି ଠାରୁ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଆଉ ଅମ୍ବାପାଲି ହୋଇଛି ଗୋପପୁର।

ଆସନ୍ତା କାଲି ଠାରୁ ଜାନୁୟାରୀ ୨୫ ତାରିଖ ଯାଏ ଦୀର୍ଘ୧୧ ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସ ମହାରାଜଙ୍କ ନ୍ୟାୟ ବିଚାର ଏବଂ କୃଷ୍ଣ ଙ୍କ ପ୍ରେମରେ ବିମୋହିତ ହେବ ଲୋକେ । ଯମୁନା ନଦୀର ପରିଚୟ ପାଇବ ଜୀରା ନଦୀ । ସମସ୍ତ ଅଧିବାସୀ ପାଲଟିବେ ଜଣେ ଜଣେ କଳାକାର । ବରଗଡ଼ ଓ ଅମ୍ବାପାଲି ସହରର ୨୭ ଟି ଖୋଲା ରଙ୍ଗ ମଞ୍ଚ ଅଭିନୟ କରିବେ କଳାକାର । ଏପଟେ ଶେଷ ହୋଇଛି ଧନୁଯାତ୍ରା ମହୋତ୍ସବର ସମସ୍ତ ପ୍ରସ୍ତୁତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.