ପୋଲିସ ମାଡ଼ରେ ଯୁବକ ଗୁରୁତର ! ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ପୋଲିସ ମାଡ଼ରେ ଯୁବକ ଗୁରୁତର । ଘଟଣାକୁ କେନ୍ଦ୍ରକରି କଟକ-ନରସିଂହପୁର ମୁଖ୍ୟ ରାସ୍ତା ବଡବାରସିଙ୍ଘ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପୋଲିସ ଅଧିକାରୀଙ୍କ ବୁଝାସୁଝା ପରେ ରାସ୍ତାରୋକ ହଟିଛି ।

ନରସିଂହପୁର (କେନ୍ୟୁଜ): ପୋଲିସ ମାଡ଼ରେ ଯୁବକ ଗୁରୁତର । ଘଟଣାକୁ କେନ୍ଦ୍ରକରି କଟକ-ନରସିଂହପୁର ମୁଖ୍ୟ ରାସ୍ତା ବଡବାରସିଙ୍ଘ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପୋଲିସ ଅଧିକାରୀଙ୍କ ବୁଝାସୁଝା ପରେ ରାସ୍ତାରୋକ ହଟିଛି ।

ବଡବାର୍ଷିଙ୍ଘ ଗାଁର ସ୍ଵରାଜ ପୃଷ୍ଟି ଘର ଆଗରେ ଥିବା ଦୋକାନକୁ ଯାଇଥିବା ବେଳେ, ବଡମ୍ବା ପୋଲିସ ପହଞ୍ଚି ସ୍ବରାଜଙ୍କୁ ଡ଼ାକିଥିଲା । କିନ୍ତୁ ସ୍ବରାଜ ଆସିବାକୁ ମନା କରିବାରୁ ରାସ୍ତାରେ ଲୋକଙ୍କ ଆଗରେ ଅମାନୁଷିକ ଭାବରେ ମାଡ଼ ମାରିଥିଲା ପୋଲିସ । ପୋଲିସ ମାଡ଼ରେ ସ୍ବରାଜ ଗୁରୁତର ହୋଇଥିଲେ । ଏହାକୁ ପ୍ରତିବାଦ କରିବା ସହ ନ୍ୟାୟ ପାଇବା ଆଶାରେ ଗ୍ରାମବାସୀ ଓ ପରିବାର ଲୋକମାନେ ରାସ୍ତାରୋକ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.