କମିବାରେ ଲାଗିଛି ‘ଡେଲ୍’ କମ୍ପ୍ୟୁଟରର ଚାହିଦା, ଛଟେଇ କରିଲା ପ୍ରାୟ ୬୦୦୦ କର୍ମଚାରୀ

ଆଜିକାଲି ଅନେକ ବଡ ବଡ଼ କମ୍ପାନୀ ଛଟେଇ କରୁଛନ୍ତି ଏବେ ଏହି ତାଲିକାରେ କମ୍ୟୁଟର ନିର୍ମାତା କମ୍ପାନୀ 'ଡେଲ୍ (DELL)' ମଧ୍ୟ ଯୋଡି ହୋଇଛି । ଏନେଇ ଏବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡିଛି ଯେ 'ଡେଲ୍' ଏହାର ପ୍ରାୟ ୬୦୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି ।

ଆଜିକାଲି ଅନେକ ବଡ ବଡ଼ କମ୍ପାନୀ ଛଟେଇ କରୁଛନ୍ତି ଏବେ ଏହି ତାଲିକାରେ କମ୍ୟୁଟର ନିର୍ମାତା କମ୍ପାନୀ ‘ଡେଲ୍ (DELL)’ ମଧ୍ୟ ଯୋଡି ହୋଇଛି । ଏନେଇ ଏବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡିଛି ଯେ ‘ଡେଲ୍’ ଏହାର ପ୍ରାୟ ୬୬୫୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି । ପୂର୍ବରୁ କମ୍ପାନୀରେ ପ୍ରାୟ ୧.୨୬ ଲକ୍ଷ କର୍ମଚାରୀ କାମ କରୁଥିବା ବେଳେ ଏବେ କମ୍ପାନୀରେ ୧.୨୦ ଲକ୍ଷ କର୍ମଚାରୀ ଅଛନ୍ତି । ରିପୋର୍ଟ ଅନୁଯାୟୀ କମ୍ପାନୀ କହିଛି, ପ୍ରାୟ ୨ ବର୍ଷ ହେବ କମ୍ପ୍ୟୁଟର ପ୍ରତି ଲୋକଙ୍କ ରୁଚି କମିବାରେ ଲାଗିଛି ତେଣୁ ବିକ୍ରି ମଧ୍ୟ କମ ହେଉଛି ।

ସେଥିପାଇଁ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି ବୋଲି ସୂଚନା ମିଳିଛି । କମ୍ପ୍ୟୁଟରର ଚାହିଦା କାମୁଥିବାରୁ କମ୍ପାନୀର ଆୟ ପ୍ରାୟ ୧୧ ପ୍ରତିଶତ କମିଯାଇଛି । ଆୟ କମିବା କାରଣରୁ ଧୀରେ ଧୀରେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଉଛି । ଆଉ ଏଥିପାଇଁ କମ୍ପାନୀ ଛଟେଇ ଭଳି କଠିନ ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ଆଗାମୀ ବର୍ଷ କମ୍ପାନୀ ନିଜ କମ୍ପ୍ୟୁଟରର ଦାମ କମେଇବା ସହ ମାର୍କେଟରେ ପ୍ରତିଯୋଗିତା କରିବ ବୋଲି ଆଶା ରଖିଛି ।

ଏହାଦ୍ୱାରା କମ୍ପାନୀ ନିଜ ଆୟ ମଧ୍ୟ ବଢାଇପାରିବ । କିଛି ଦିନ ପୂର୍ବରୁ ‘ଡେଲ୍’ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ କରିବାକୁ କହିଥିଲା ଏବଂ କର୍ମଚାରୀଙ୍କୁ ପଦୋର୍ନତି ମଧ୍ୟ ମିଳିବ ନାହିଁ ବୋଲି କମ୍ପାନୀ ଘୋଷଣା କରିଥିଲା । ତେବେ କମ୍ପାନୀର ଏଭଳି ନିଷ୍ପତିରେ କର୍ମଚାରୀମାନେ ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ‘ଡେଲ୍’ କମ୍ପାନୀ ଆଗକୁ ମଧ୍ୟ ଆହୁରି ଛଟେଇ କରିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.