୧୬ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ! ଓଡ଼ିଶା ପ୍ରତି ନାହିଁ ବାତ୍ୟାର କୌଣସି ପ୍ରଭାବ

ଆରବ ସାଗରରେ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏକ ଡିପ୍ରେସନ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି । କ୍ରମଶଃ ଗୁଜୁରାଟ ଉପକୂଳ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ତାଉ-ତେ ।

ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଗୁଜରାଟ ପାକିସ୍ତାନ ଆଡକୁ ମୁହାଁଇବ । ୧୮ ତାରିଖ ସଂଧ୍ୟା ବେଳକୁ ଏହା ଗୁଜରାଟ ଉପକୂଳ ପହଁଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲାକ୍ଷାଦ୍ୱୀପ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଏହାର ପ୍ରଭାବ ପଡ଼ିପାରେ । ୧୫ ଓ ୧୬ ତାରିଖ ବେଳକୁ ଏସବୁ ରାଜ୍ୟ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା ପ୍ରତି ବାତ୍ୟାର କୌଣସି ପ୍ରଭାବ ନାହିଁ । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟରେ ୨୪ଟି NDRF ଟିମକୁ ମୁତୟନ କରାଯାଇଛି । ୨୯ଟି ଟିମ୍‌କୁ ସଜାଗ ରଖାଯାଇଛି । NDRF ଡିଜି ଏସ ଏନ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.