Below header

Google ଉପରେ ୯୦୪ କୋଟି ଟଙ୍କାର ଜୋରିମାନା ଲଗାଇଲେ ଇଟାଲୀ ସରକାର

ନିୟମ ଅମାନ୍ୟ କରି ଗୁଗୁଲ ଗଣିବ ୯୦୪ କୋଟି ଟଙ୍କାର ଫାଇନ । ଗୁଗୁଲ ଉପରେ ଏକ ବଡ ଆକାରର ଜୋରିମାନା ଲଗାଇଛି ଇଟାଲୀ । କମ୍ପାନୀ ଉପରେ ଆରୋପ ଲାଗିଛିଯେ ଇଲେକ୍ଟ୍ରିକ ବାହାନ ଗୁଡିକର ଚାରଜିଙ୍ଗ ଷ୍ଟେସନ ଠିକଣା ବାବଦରେ ସୂଚନା ଦେଉଥିବା ଏକ ସରକାରୀ ମୋବାଇଲ ଆପକୁ ନିଜ ଆଣ୍ଡ୍ରଏଡ଼ ଅଟୋ ପ୍ଲାଟଫର୍ମରେ ଚଳାଇବା ନେଇ ଅନୁମତି ଦେଇନାହିଁ । ଏହା ସହ ଇଟାଲୀ ସରକାରଙ୍କ ମାର୍କେଟିଂଙ୍ଗ ଦାୟିତ୍ୱରେ ଥିବା ଏଜିସିଏମ ଏହି ଆପଟିକୁ ତୁରନ୍ତ ନିଜ ପ୍ଲାଟ୍ଫର୍ମରେ ସ୍ଥାନ ଦେବା ପାଇଁ ଗୁଗୁଲକୁ ଆଦେଶନାମା ଜାରି କରିଛନ୍ତି । ଏଜିସିଏମ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ଗୁଗୁଲ ନିଜ ପ୍ଲେ ଷ୍ଟୋରର ଭୁଲ ବ୍ୟବହାର କରି ଆପକୁ ଉପଭୋକ୍ତାଙ୍କ ନିକଟକୁ ପହଞ୍ଚାଉ ନାହିଁ ।

ଏବାବଦରେ ଗୁଗୁଲର ପ୍ରବକ୍ତା ପ୍ରେସ ମିଟରେ ବୟାନ ଦେଇଛନ୍ତିଯେ, ସେ ଏଜିସିଏମଙ୍କ ଆଦେଶରେ ସହମତ ନାହାନ୍ତି । ଆଉ ଏହା ବିରୋଧରେ କୋର୍ଟରେ ଏକ ଜାଚିକା ଦାଖଲ କରିବେ । ଗୋଟେ ପଟରେ ଗଲା କିଛି ଦିନ ଭିତରେ ଇଟାଲୀରେ ଇଲେକ୍ଟ୍ରିକ ଯାନବାହାନ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହି ବାହାନ ଗୁଡିକ ପାଇଁ ଇଟାଲୀ ସମେତ ଅନ୍ୟ ୟୁରୋପୀୟ ଦେଶ ମାନଙ୍କରେ ୯୫ ହଜାର ସାର୍ବଜନିକ ଚାରଜିଙ୍ଗ ଷ୍ଟେସନ ଖୋଲାଯାଇଛି । ଯାହାଦ୍ୱାରା ଇଲେକ୍ଟ୍ରିକ ବାହାନ ବ୍ୟବହାର କରୁଥିବା ଯାତ୍ରୀମାନଙ୍କର ଅଧା ରାସ୍ତାରେ ଚାର୍ଜ ସରିଲେ ବି କୌଣସି ଅସୁବିଧା ହେବ ନାହିଁ । ଇଟାଲୀ ସରକାର ଏନେଇ ଜୁସପାସ ନାମକ ଏକ ସ୍ୱତନ୍ତ୍ର ଆପ ମଧ୍ୟ ଖୋଲିଥିଲେ । ଯେଉଁଥିରେ ଗ୍ରାହକ ମାନେ ନିକଟବର୍ତ୍ତୀ ଚରଜିଙ୍ଗ ଷ୍ଟେସନ ବାବଦରେ ଜାଣି ପାରିବେ । କିନ୍ତୁ ଗୁଗୁଲ ଗତ ଦୁଇ ବର୍ଷ ହେବ ନିଜ ପ୍ଲେ ଷ୍ଟୋରରେ ଏହି “ଜୁସପାସ” ଆପକୁ ସ୍ଥାନ ଦେଇନାହିଁ ।

ଅନ୍ୟପକ୍ଷରେ, ଗୁଗୁଲ ଉପରେ ଏହି ଜୋରିମାନା ପ୍ରଥମ ଥର ପାଇଁ ଲାଗିନାହିଁ । ଏହା ପୂର୍ବରୁ ବି ନିୟମ ବିରୋଧୀ କାମ କରିଥିବାରୁ କମ୍ପାନୀ ବିରୋଧରେ ଇରୋପିୟ ସଂଘ ପକ୍ଷରୁ ୭୩ ହଜାର ୬୦୦ କୋଟି ଟଙ୍କାର ଜୋରିମାନା ଲଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.