ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ SPUTNIK-V ଟିକା, ଜାଣନ୍ତୁ କେତେ ରହିବ ଦାମ୍

ଋଷ ଟିକା ସ୍ପୁଟନିକ ଭିକୁ ମିଳିଲା ମଞ୍ଜୁରୀ। କରୋନା ବିରୋଧରେ ଲଢେଇ କରୁଥିବା ୨ଟିକା କୋଭସିଲ୍ଡ ଏବଂ କୋଭାକ୍ସିନ ସହ ସାମିଲ ହୋଇଛି ଆଉ ଗୋଟିଏ ଅସ୍ତ୍ର । ଅର୍ଥାତ୍ ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ SPUTNIK-V ଟିକା । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଭାରତରେ SPUTNIK-V ଆମଦାନୀ କରୁଥିବା ଡାକ୍ଟର ରେଡ୍ଡୀ ଲାବୋରେଟୋରୀ ଏହି ସୂଚନା ଦେଇଛନ୍ତି । ଯାହାର ଦାମ ଗୋଟେ ଡୋଜକୁ ପାଖାପାଖି ୧ ହଜାର ଟଙ୍କା ରହିବ ବୋଲି ଜଣାପଡିଛି।

କମ୍ପାନୀ କହିଛି ଯେ, ଏହି ଟିକା ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀ (CDL) ଅନୁମୋଦନ ପାଇଛି । ଗୋଟିଏ ଡୋଜର ଦାମ ରହିବ ପାଖାପାଖି ହଜାର ଟଙ୍କା । ଅର୍ଥାତ୍ ଋଷିଆରେ ନିର୍ମିତ ଏହି ଟିକା ମୂଲ୍ୟ ରହିଛି ୯୯୫.୪୦ ଟଙ୍କା । ଯେତେବେଳେ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ ଆରମ୍ଭ ହେବ, ସେତେବେଳେ ଏହାର ମୂଲ୍ୟ କମ୍ ହେବ ବୋଲି କୁହାଯାଉଛି ।

ଡକ୍ଟର ରେଡ୍ଡୀଙ୍କ ଲ୍ୟାବ ଏହି ଟିକାକୁ ଆରମ୍ଭ କରିବାବେଳେ ଶୁକ୍ରବାର ଦିନ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଏହାର ପ୍ରଥମ ମାତ୍ରା ଦିଆଯାଇଛି । ଋଷରୁ ଏହି ଟିକା ମେ ପହିଲାରେ ଭାରତରେ ପହଞ୍ଚିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.