ସର୍ବାଧିକ ଆୟକାରୀ ଖେଳାଳି ତାଲିକା ଶୀର୍ଷରେ ମ୍ୟାକଗ୍ରେଗର, ବର୍ଷକୁ ଆୟ କରୁଛନ୍ତି ଏତିକି ଟଙ୍କା

ବରିଷ୍ଠ ମିକସଡ଼ ମାର୍ଶାଲ ଆର୍ଟ୍ସ ଫାଇଟର କୋନାର ମ୍ୟାକଗ୍ରେଗର ବିଶ୍ୱର ସର୍ବାଧିକ ଆୟକାରୀ ଆଥଲେଟ ଭାବେ ବିବେଚିତ ହୋଇଛନ୍ତି । ଗଲା ବର୍ଷ ୨୦୨୦ ରେ ଫୋର୍ବସ ପତ୍ରିକା ପକ୍ଷରୁ ସର୍ବାଧିକ ଆୟକାରୀ ଦଶ ଜଣ ଆଥଲେଟଙ୍କ ଏକ ତାଲିକା ପ୍ରକାଶ କରାଯାଇଥିଲା । ଏହି ଲିଷ୍ଟରେ ଆୟରଲ୍ୟାଣ୍ଡର ୩୨ ବର୍ଷୀୟ ଏହି ଫାଇଟର ପ୍ରାୟ ୧୩୨୪ କୋଟି ଟଙ୍କା ଆୟ କରି ଶୀର୍ଷ ସ୍ଥାନରେ ଥିବା ଜଣାଯାଇଛି । ଗତ ବର୍ଷ ସେ ମାତ୍ର ଗୋଟିଏ ମୁକାବିଲା ଖେଳିଥିବା ବେଳେ ଏଥିରୁ ୧୬୨ କୋଟି ଟଙ୍କା ବା ୨୨ ମିଲିୟନ ଡ଼ଲାର ଆୟ କରିଥିଲେ । ଯେବେକି ଅନ୍ୟାନ ମାଧ୍ୟମରୁ ଏହି ଖେଳାଳି ଜଣଙ୍କ ୧୧୬୨ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି ।

ଟେନିସ ଖେଳାଳି ରୋଜର ଫେଡେରର ଓ ଗଲ୍ଫ ଖେଳାଳି ଟାଇଗର ଉଡସଙ୍କ ପରେ ମ୍ୟାକଗ୍ରେଗର ହେଉଛନ୍ତି ତୃତୀୟ ଖେଳାଳି ଯିଏ ଗୋଟିଏ ବର୍ଷ ଭିତରେ ୫୧୫ କୋଟି ଟଙ୍କା ଆୟ କରିଛନ୍ତି । ମ୍ୟାକ ଗ୍ରେଗରଙ୍କ ସମେତ ଅନ୍ୟ ତିନି ଜଣ ଖେଳାଳି ୭୩୫ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି । ଏମାନଙ୍କ ଭିତରେ ବରିଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋ ବି ସାମିଲ ଅଛନ୍ତି । ମେସି ଓ ରୋନାଲଡୋ ଯଥାକ୍ରମେ ୯୫୬ କୋଟି ଓ ୮୮୨ କୋଟି ଟଙ୍କା ଲେଖାଏଁ ଆୟ କରିଥିବା ଜଣାଯାଇଛି । ଗତବର୍ଷ ଶୀର୍ଷରେ ଥିବା ଫେଡେରର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.