Below header

ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ: ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ହେବ ଶୁଣାଣି

ଭୁବନେଶ୍ବର: ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ । ଏହା ସହିତ ୧୧ଟି ଜେଏମ୍‌ଏଫ୍‌ସି କୋର୍ଟ ମଧ୍ୟ ସ୍ଥାପନ ହେବ । ବିଧାୟକ ଓ ସାଂସଦଙ୍କ ନାଁରେ ରାଜ୍ୟରେ ୪୪୫ଟି ଅପରାଧିକ ମାମଲା ବିଚାରଧୀନ ରହିଛି । ଡିସେମ୍ବର ୨୨ ତାରିଖରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଏ ନେଇ ଚିଠି ଲେଖାଯାଇଛି ।

ପୂର୍ବରୁ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି କେଉଁ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, ସେ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହି ଅଦାଲତ ପାଇଁ ବିଲ୍ଡିଂ ଓ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବା ପାଇଁ ଆକ୍ସନ ପ୍ଲାନ କରି ସାରିଛନ୍ତି । ତିନୋଟି ରାଜସ୍ୱ ଡିଭିଜନ ଅଧୀନରେ ଏହି ତିନିଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ହେବ । ଜିଲ୍ଲା ଜଜ୍‌ କ୍ୟାଡରର ବିଚାରପତି ଏହି ତିନିଟି ସ୍ୱତନ୍ତ୍ର ଅଦାଲତରେ ରହିବେ । ଏହାସହ ଓଡିଶାକୁ ୧୦ଟି ଜୋନ କରି ୧୧ଟି ଜେଏମ୍‌ଏଫ୍‌ସି କିମ୍ବା ସିଭିଲ ଜଜ କ୍ୟାଡରର ଜୁଡିସିଆଲ ଅଫିସର ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.