Below header

ଚୋର ଦେଖାଇଲା ଡେମୋ, ମୋମୋ ବିକୁ ବିକୁ ଚୋରି କରୁଥିଲା ବାଇକ

ପେଷା ମମୋ ବିକିବା । ନିଶା ବାଇକ ଚୋରି । ମୋମୋ ବିକୁଥିବା ବେଳେ ସୁବିଧା ଦେଖି ମୋଟର ସାଇକେଲ ଚୋରି କରୁଥିଲା ଚୋର । ଅଭିଯୁକ୍ତ ରାକେଶ ନାୟକକୁ ବାନ୍ଧିଛି ଭୁବନେଶ୍ବର କ୍ୟାପିଟାଲ ଥାନା ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ୍‌): ପେସା ମୋମୋ ବିକିବା । ନିଶା ବାଇକ ଚୋରି । ମୋମୋ ବିକୁଥିବା ବେଳେ ସୁବିଧା ଦେଖି ମୋଟର ସାଇକେଲ ଚୋରି କରୁଥିଲା ଚୋର । ଅଭିଯୁକ୍ତ ରାକେଶ ନାୟକକୁ ବାନ୍ଧିଛି ଭୁବନେଶ୍ବର କ୍ୟାପିଟାଲ ଥାନା ପୋଲିସ । ପାର୍କ ସମ୍ମୁଖରେ ଥିବା ବାଇକ ଗୁଡିକୁ ମାଷ୍ଟର କି ସାହାଯ୍ୟରେ ଚୋରି କରୁଥିଲା ଅଭିଯୁକ୍ତ । ତା ଠାରୁ ୧୫ଟି ବାଇକ ଓ ୨୦ଟି ମାଷ୍ଟର କି ଜବତ ହୋଇଛି ।  ଚୋରି ବାଇକକୁ ୬ ରୁ ୭ହଜାର ଟଙ୍କାରେ ଚୌଦ୍ୱାର, ନୟାଗଡ଼, କନ୍ଧମାଳରେ ବିକ୍ରି କରୁଥିଲା । କେମିତି ବାଇକ ଚୋରି କରୁଥିଲା ଅଭିଯୁକ୍ତ ରାକେଶ ।  ନିଜେ ଡେମୋ ଦେଖାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.